Categories: ଜାତୀୟ

ଚାଷୀଙ୍କୁ ମାଗଣା ପାଣି-ଶସ୍ତା ଋଣ-ଅଯୋଧ୍ୟା ପାଇଁ ୧୪୦ କୋଟି

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବିଧାନସଭାରେ ପ୍ରଥମ ଥର ପାଇଁ ପେପରଲେସ୍‌ ବଜେଟ୍‌ ସୋମବାର ଉପସ୍ଥାପନ କରାଯାଇଛି। ରାଜ୍ୟରେ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ପାଣି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଲାଗି ଶସ୍ତା ଋଣ ଯୋଜନା ପ୍ରଣୟନ କରାଯିବ। କରୋନା ମୁକାବିଲା କ୍ଷେତ୍ରରେ ପ୍ରତିଷେଧକ ଟିକା ପାଇଁ ୫୦ କୋଟି ଟଙ୍କାର ବ୍ୟୟଅଟକଳ ବଜେଟରେ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ଅଯୋଧ୍ୟାର ଆଲୋକୀକରଣ ଲାଗି ୧୪୦ କୋଟି ଟଙ୍କା ଯୋଗାଇ ଦିଆଯିବ। ରାଜ୍ୟରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଯୋଗୀ ସରକାର ବାର୍ଷିକ ବଜେଟ ଦ୍ୱାରା ଭୋଟରଙ୍କୁ ଆକର୍ଷିତ କରିବାର ଉଦ୍ୟମ କରିଥିବା କୁହାଯାଉଛି।

Share