ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ ଏବଂ ଓ୍ବାନ ଜିବି ଡାଟା ମିଳିବ ବୋଲି ସମୀକ୍ଷା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହା ଘୋଷଣା କରିଛନ୍ତି। ମାଗଣା ଓ୍ବାନ୍‌ ଜିବି ଡାଟା ଯୋଗାଇବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ। ସେହିପରି ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଯୋଜନା କରୁଥିବା ସେ କହିଛନ୍ତି।

Share