Categories: ଜାତୀୟ

ଫ୍ରିବିଜ ରାଜନୀତି: ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳକୁ ରୋକାଯାଇପାରିବ ନାହିଁ

ନୂଆଦିଲ୍ଲୀ,୬।୧୦: ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଫ୍ରିବିଜ ବାଣ୍ଟିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। କୋର୍ଟ ଉଭୟ ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି ପାରଦିଓ୍ବାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ଜନସ୍ବାର୍ଥ ଯାଚିକାର ଶୁଣାଣି କରି କେନ୍ଦ୍ର ସରକାର, ନିର୍ବାଚନ ଆୟୋଗ ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନୋଟିସ ଜାରି କରିଛନ୍ତି। ତେବେ ଯାଚିକାରେ ଦର୍ଶାଯାଇଛି ଯେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଭୟ ରାଜ୍ୟ ସରକାର ଟିକସଦାତାଙ୍କ ଟଙ୍କାକୁ ଅପବ୍ୟବହାର କରୁଛନ୍ତି।

ଅଭିଯୋଗକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କହିଛନ୍ତ, ନିର୍ବାଚନ ପୂର୍ବରୁ ସରକାର ନଗଦ ବାଣ୍ଟିବା ଠାରୁ ଖରାପ କିଛି ହୋଇପାରିବ ନାହିଁ। ନିର୍ବାଚନ ପୂର୍ବରୁ ଏପରି ପ୍ରତ୍ୟେକ ଥର ଘଟେ ଏବଂ ଏହାର ଭାର ଶେଷରେ ଟିକସଦାତାଙ୍କ ଉପରେ ପଡ଼େ। ଏହି ପ୍ରସଙ୍ଗରେ ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତ, ନିର୍ବାଚନ ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦିଆଯାଏ। ତେବେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବୁ ନାହିଁ।

Share