Categories: ବାଣିଜ୍ୟ

ଫ୍ରିଡମ୍‌ କ୍ୟାଚ୍‌ ଦି ମସଲା

ଭୁବନେଶ୍ୱର,୧।୮: ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସ ପକ୍ଷରୁ ଆକର୍ଷଣୀୟ ‘ଫ୍ରିଡମ୍‌ କ୍ୟାଚ୍‌ ଦି ମସଲା’ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ପ୍ରତି ୧ ଲିଟର (ପାଉଚ/ ବଟଲ) ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାଓ୍ବାର ଅଏଲର କ୍ରୟ ଉପରେ ଗ୍ରାହକ ୧୦ ଟଙ୍କା ମୂଲ୍ୟର ଏକ ଗରମ ମସଲା ପ୍ୟାକେଟ ମାଗଣାରେ ପାଇପାରିବେ।
ଏ ସମ୍ପର୍କରେ ଫ୍ରିଡମ୍‌ ହେଲଦି କୁକିଂ ଅଏଲସ ବରିଷ୍ଠ ଉପସଭାପତି ( ବିକ୍ରି ଏବଂ ବିପଣନ) ପି. ଚନ୍ଦ୍ରଶେଖର ରେଡ୍ଡୀ କହିଛନ୍ତି, ଏଭଳି ଏକ ଆକର୍ଷଣୀୟ ଅଫରର ଘୋଷଣା ଓ ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ଗ୍ରାହକମାନେ ପ୍ରତି ୧ଲିଟର (ପାଉଚ/ ବଟଲ) ଫ୍ରିଡମ ରିଫାଇନ୍‌ଡ ସନଫ୍ଲାଓ୍ବାର ଅଏଲର କ୍ରୟ ଉପରେ ଗ୍ରାହକ ୧୦ ଟଙ୍କା ମୂଲ୍ୟର ଏକ ଗରମ ମସଲା ପ୍ୟାକେଟ ମାଗଣାରେ ପାଇପାରିବେ। ଫଳରେ ବର୍ତ୍ତମାନ ସମୟରେ ଯେଉଁଭଳି ଭାବେ ଦରବୃଦ୍ଧି ହୋଇଛି, ଏହି ଅଫର ଗ୍ରାହକଙ୍କ ପାଇଁ ବେଶ୍‌ ସହାୟକ ହେବ। ବିଶେଷ କରି ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ସହିତ କାରବାର ମଧ୍ୟ ସ୍ବାଧୀନତାର ସହ କରିପାରିବେ ବୋଲି ରେଡ୍ଡୀ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଜେମିନୀ ଏଡିବେଲସ ଆଣ୍ଡ ଫ୍ୟାଟସ ଇଣ୍ଡିଆ ଲିମିଟେଡ (ଜିଇଏଫ ଇଣ୍ଡିଆ)ର ଲୋକପ୍ରିୟ ବ୍ରାଣ୍ଡ୍‌ ଫ୍ରିଡମ୍‌ ଜରିଆରେ ଫ୍ରିଡମ ହେଲଦି କୁକିଂ ଅଏଲ୍‌ସର ବ୍ୟାପକ ସମ୍ଭାର ବଜାରରେ ଉପଲବ୍ଧ।

Share