Categories: ଜାତୀୟ

ଅଭିବ୍ୟକ୍ତି ସ୍ବାଧୀନତା ନିରଙ୍କୁଶ ନୁହେଁ

ନୂଆଦିଲ୍ଲୀ,୨୮।୧: ଆମାଜନ ପ୍ରାଇମ୍‌ ଓ୍ବେବ୍‌ ସିରିଜ୍‌ ‘ତାଣ୍ଡବ’ର ନିର୍ମାତା ଓ ଜଣେ ଅଭିନେତା ଗିରଫଦାରିରୁ ସୁରକ୍ଷା ଲାଗି କରିଥିବା ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଧର୍ମକୁ ଅପମାନିତ କରିବା ସହ ଲୋକଙ୍କ ଧର୍ମୀୟ ଭାବାବେଗକୁ ଆଘାତ ଦେଇଥିବାରୁ ଭାରତୀୟ ଦଣ୍ଡସଂହିତାର ଧାରା ୧୫୩ଏ ଏବଂ ୨୯୫ ଅନୁଯାୟୀ ଉକ୍ତ େଓ୍‌ବ୍‌ ସିରିଜ୍‌ ଅପରାଧ ମାମଲାର ସମ୍ମୁଖୀନ ହୋଇଛି। ତେଣୁ ତାଣ୍ଡବର ନିର୍ଦ୍ଦେଶକ, ଅଭିନେତା ଓ ଆମାଜନ ପ୍ରାଇମ୍‌ ଇଣ୍ଡିଆ ମୁଖ୍ୟ ଅପର୍ଣ୍ଣା ପୁରୋହିତ ଗିରଫଦାରିରୁ ବର୍ତ୍ତିବା ଲାଗି କରିଥିବା ଆବେଦନକୁ ଜଷ୍ଟିସ୍‌ ଅଶୋକ୍‌ ଭୂଷଣ, ଆର୍‌.ଏସ୍‌. ରେଡ୍ଡୀ ଏବଂ ଏମ୍‌.ଆର୍‌ ଶାହାଙ୍କ ଖଣ୍ଡପୀଠ ଖାରଜ କରିଦେଇଥିଲେ। ଆପଣମାନଙ୍କ ଅଭିବ୍ୟକ୍ତି ସ୍ବାଧୀନତା ଅଧିକାର ନିରଙ୍କୁଶ ନୁହେଁ। ଗୋଟିଏ ସମ୍ପ୍ରଦାୟର ଭାବାବେଗକୁ ଆଘାତ ଦେବା ଭଳି ଭୂମିକାରେ ଆପଣମାନେ ଅଭିନୟ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଥିଲେ। ଓ୍ବେବ୍‌ ସିରିଜ୍‌ ନିର୍ଦ୍ଦେଶକ ଅଲି ଆବ୍ବାସ୍‌ ଜାଫାର, ନିର୍ମାତା ହିମାଂଶୁ ମେହେର ଏବଂ ଓ୍ବେବ୍‌ ସିରିଜ୍‌ ମୁଖ୍ୟ ପୁରୋହିତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଥିଲା।

Share