ଆଇନ ପେସାର ସ୍ୱାଧୀନତା

ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୫୨ତମ ବାର୍ଷିକ ଅଧିବେଶ ପାଳନ ଅବସରରେ ଆଇନ ପେସାର ସ୍ବାଧୀନତା ପ୍ରସଙ୍ଗଟି ଗୁରୁତ୍ୱପୂର୍ଣ୍ଣ ବୋଲି ସାମ୍ପ୍ରତିକ ପରିସ୍ଥିତିରେ ଉପଲବ୍ଧି ହେଉଛି। ଅଷ୍ଟ୍ରେଲିଆର ଜଣେ ବିଚାରପତି ମାଇକେଲ୍‌ କିର୍‌ବୀଙ୍କ ଉକ୍ତି ଆତ୍ମଚିନ୍ତନ ଓ ଆତ୍ମନିରୀକ୍ଷଣ ପାଇଁ ଖୋରାକ ଯୋଗାଉଛି। ସେ କହିଥିଲେ ଯେ ଯଦି ଆଇନ ପେସାରେ ସ୍ବାଧୀନତା ନ ଥାଏ ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ବାଧୀନ ନିରପେକ୍ଷ ନ୍ୟାୟପାଳିକା କିମ୍ବା ଆଇନର ଶାସନ ଅଥବା ଗଣତନ୍ତ୍ର ଓ ସ୍ବାଧୀନତା ସମ୍ପର୍କରେ କୌଣସି କଥା ଚିନ୍ତା କରାଯାଇପାରିବ ନାହିଁ। ଆମ ଦେଶରେ ଆଇନ ପେସାରେ ସ୍ବାଧୀନତା ପ୍ରସଙ୍ଗଟି ବିଶ୍ୱ ବାଣିଜ୍ୟ କେନ୍ଦ୍ର ସଙ୍ଗଠନ ଉରୁଗୁଏ ବୁଝାମଣା ଓ ବିଦେଶୀ ଆଇନଜୀବୀ ଭାରତରେ ପ୍ରବେଶ ପରଠାରୁ ବିତର୍କ ମଧ୍ୟକୁ ଆସିଛି। ନିକଟରେ ମନି ଲଣ୍ଡରିଙ୍ଗ୍‌ ଆଇନର ପରିସର ମଧ୍ୟରେ ଆଇନଜୀବୀମାନଙ୍କୁ ଆଣି ସେମାନଙ୍କୁ ସେମାନଙ୍କ ମହକିଲମାନଙ୍କ ସମସ୍ତ ସନ୍ଦେହାତ୍ମକ କାର୍ଯ୍ୟକୁ ରେକର୍ଡ କରି ରଖି ଏହାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିବାକୁ ମଧ୍ୟ ଆଇନ ପ୍ରଣୟନ କରିବାର ଯୋଜନା କରାଯାଉଥିଲା। ଠିକ୍‌ ସେହିଭଳି ସୁପ୍ରିମ୍‌କୋର୍ଟ ଗୋଟିଏ ଘଟଣାର ତ୍ରୁଟି ବିଚ୍ୟୁତି ପାଇଁ ଆଇଜୀବୀମାନେ କେତେ ଦାୟୀ ସେଥିପାଇଁ ସେମାନଙ୍କ ନ୍ୟାୟସଙ୍ଗତ ଆନ୍ଦୋଳନ ପ୍ରସଙ୍ଗଟି ଉପରେ ଆଇନଗତଭାବେ ତର୍ଜମା ନ କରି ଆଇନଜୀବୀମାନଙ୍କ ନ୍ୟାୟସଙ୍ଗତ ଆନ୍ଦୋଳନର ଅଧିକାର ପ୍ରସଙ୍ଗଟି ଉପରେ ଯେଉଁ ରାୟ ପ୍ରଦାନ କରିଛନ୍ତି ସେ ସମ୍ପର୍କରେ ଆଇନପେସାରେ ସମ୍ପୃକ୍ତଥିବା ବରିଷ୍ଠ ଆଇନଜୀବୀମାନଙ୍କ ଅହେତୁକ ନୀରବତା ଆଇନପେସାରେ ସ୍ବାଧୀନତା ପ୍ରସଙ୍ଗଟିକୁ ଭିନ୍ନ ଧରଣର ଆଲୋଚନା ପାଇଁ ଶକ୍ତି ଯୋଗାଇଛି। ଆଇନଜୀବୀମାନେ ଆମ ରାଜ୍ୟରେ ଅନେକ ଦିନ ଜେଲରେ ରହିବା ଓ ସେଥିପାଇଁ ସେମାନଙ୍କ ମଧ୍ୟରେ କୌଣସି ପ୍ରତିବାଦର ସ୍ବର ନ ଉଠିବା ନିଶ୍ଚିତ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଷ୍ଠାପର ଭାବେ ଏଭଳି ପ୍ରସଙ୍ଗଗୁଡ଼ିକ ବାର୍‌ ଆସୋସିଏଶନ୍‌ ଏପରିକି ବାର୍‌ କାଉନସିଲ୍‌ଗୁଡ଼ିକର ଆଲୋଚନା କକ୍ଷରେ କାହିଁକି ଆଲୋଚନା କରାଯାଉ ନାହିଁ ସେଭଳି ପ୍ରଶ୍ନର କୌଣସି ଯଥାର୍ଥ ଉତ୍ତର ଆମେ ପାଇପାରୁନାହଁୁ।
ଆଜି ଆମ ରାଜ୍ୟର ବାସ୍ତବ ସ୍ଥିତି ହେଉଛି ବାର୍‌ ଆସୋସିଏଶନ୍‌ ଓ ବାର୍‌ କାଉନ୍‌ସିଲ ଭଳି ପବିତ୍ର ଅନୁଷ୍ଠାନଗୁଡ଼ିକରେ ଆଇନପେସାର ଦକ୍ଷତା ସମ୍ମାନ ଓ ମର୍ଯ୍ୟାଦାକୁ ବୃଦ୍ଧି କରିବାଲାଗି ସମସ୍ତ ଉଦ୍ୟମକୁ ଆମେ ଅଲୋଡ଼ା ଅଦରକାରୀ ବୋଲି ମନେକରି ନେଉଛେ। ଆଇନପେସାରେ ବିକଳ୍ପ ବିଚାର ଏବେ ବିଷୟବସ୍ତୁ ଶୂନ୍ୟ ହୋଇପଡ଼ିଛି। ପ୍ରତ୍ୟେକ ସମାଜରେ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳପିଣ୍ଡଟି ହେଉଛି ଆଇନର ଶାସନ ବ୍ୟବସ୍ଥାକୁ ଠିକ୍‌ ଭାବେ ପ୍ରତିପାଳନ କରିବା। କିନ୍ତୁ ଆଇନର ଶାସନ ବ୍ୟବସ୍ଥାଟି କେବଳ ରାଜନୈତିକ ଅନୁଷ୍ଠାନଗୁଡ଼ିକ ଦ୍ୱାରା ସମ୍ଭବ ନୁହେଁ। ସମାଜରେ କ୍ଷମତାର ଅପବ୍ୟବହାର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟ କରିଦେଉଥିବା ଶକ୍ତିଗୁଡ଼ିକୁ ଯଥାର୍ଥ ଭାବେ ଆଇନର ଚଉହଦୀ ମଧ୍ୟରେ ରଖିବା କେବଳ ନିରପେକ୍ଷ, ନିର୍ଭୀକ ଓ ସାଧୁତା ସମ୍ପନ୍ନ ନ୍ୟାୟପାଳିକା ଓ ଆଇନ ପେସା ଦ୍ୱାରା ସମ୍ଭବ।
ଆମ ସମ୍ବିଧାନ ପ୍ରଣେତାମାନେ ନ୍ୟାୟପାଳିକା ଓ ଆଇନ ପେସାରେ ଯେଉଁ ସ୍ବାଧୀନତାର ପରିକଳ୍ପନା କରିଥିଲେ ତାହା କେବଳ ବିଚାରପତି କିମ୍ବା ଆଇନଜୀବୀଙ୍କ ସ୍ବାର୍ଥ ପାଇଁ ଉର୍ଦ୍ଦିଷ୍ଟ ନ ଥିଲା କିମ୍ବା ସେମାନଙ୍କୁ ଉତ୍ତରଦାୟୀ କରିବା ଲାଗି କରାଯାଇ ନ ଥିଲା। ଏହାକୁ ସାଧାରଣ ଲୋକର ସୁରକ୍ଷା କବଚ ବୋଲି ପରିଗଣିତ କରାଯାଇଥିଲା। ପେସାଗତ ସ୍ବାଧୀନତା କେବଳ କର୍ତ୍ତବ୍ୟ କିମ୍ବା ବିଶେଷାଧିକାର ନୁହେଁ ପରନ୍ତୁ ଏହା ସାଧାରଣ ଜନତାଙ୍କ ଅଧିକାରର ସୁରକ୍ଷା ପାଇଁ ମୂଳ ଅସ୍ତ୍ରଟିଏ।
ଆମ ଦେଶର ଯେଉଁସବୁ ପ୍ରଗତିଶୀଳ ରାୟର ଉଦାହରଣ ବିଦେଶରେ ଆମେ ଦେଇ ଆସିଛେ ସେସବୁ ମୂଳରେ ଆଇନଜୀବୀମାନଙ୍କ ମୁଖ୍ୟ ଭୂମିକା ରହିଆସିଛି। ଗୋଟିଏ ଭଲ ବାର୍‌ ଯେ କୌଣସି ଦେଶ, ରାଜ୍ୟ କିମ୍ବା ଜିଲାସ୍ତରରେ ଗୋଟିଏ ଭଲ ବେଞ୍ଚ୍‌ର ସୃଷ୍ଟି କରିପାରେ। ଅନେକ ବର୍ଷ ତଳେ ଆମ ରାଜ୍ୟର ଅନେକ ବିଚାର ବିଭାଗୀୟ ଅଫିସର ଦେୱାନୀ କିମ୍ବା ଫୌଜଦାରି ଆଇନରେ ଦକ୍ଷତାର ବିକାଶ ଲାଗି ଯେଉଁସବୁ ବାର୍‌ରେ ଭଲ ଦେୱାନୀ କିମ୍ବା ଫୌଜଦାରି ଆଇଜନୀବୀ କିମ୍ବା ମକଦ୍ଦମା ଥିଲା ସେଠାରେ କିଛିଦିନ ବିଚାରପତି ଆସନ ଅଳଙ୍କୃତ କରିବା ଲାଗି ମନ ବଳାଉଥିଲେ। ଯେତେବେଳେ ଆମ ଦେଶ ସ୍ବାଧୀନ ହେଲା ତା’ର ପରବର୍ତ୍ତୀ ୨୦ବର୍ଷ ମଧ୍ୟ ବହୁ ପରିମାଣର ସାମ୍ବିଧାନିକ ସଂଶୋଧନକୁ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଏହା ମୌଳିକ ଅଧିକାରରେ ହସ୍ତକ୍ଷେପ କରୁଛି ବୋଲି ଦର୍ଶାଇ ଏହାକୁ ଅସିଦ୍ଧ ଘୋଷଣା ପାଇଁ ମକଦ୍ଦମା କରାଯାଇଥିଲା। ଏହି ମକଦ୍ଦମାଗୁଡ଼ିକୁ ବିଚାରପତିମାନେ ଶୁଣି ସେମାନଙ୍କ ରାୟ ପ୍ରଦାନ କରୁଥିଲେ। ଏବେ ସେଭଳି ମକଦ୍ଦମାଗୁଡ଼ିକର ସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ପାଉଛି। ଆଇନଗତ ପ୍ରଶ୍ନ ପଚାରିବା ଓ ବିଚାରପତିଙ୍କୁ ସାମ୍ବିଧାନିକ ଆଦର୍ଶରେ ବାନ୍ଧିରଖିବାର ଦାୟିତ୍ୱ ଆଇନଜୀବୀମାନଙ୍କର।
ସ୍ବାଧୀନଚେତା ଆଇନଜୀବୀମାନଙ୍କ ସୃଷ୍ଟି ଓ ବିଲୟ ପାଇଁ ବାର୍‌ ଆସୋସିଏଶନ୍‌ଗୁଡ଼ିକର ସ୍ବାଧୀନତା ହିଁ ମୂଳ ପ୍ରସଙ୍ଗ। ବାର୍‌ ଆସୋସିଏଶନଗୁଡ଼ିକର ନେତୃତ୍ୱ ହିଁ ଆଇନ ପେସାର ସ୍ବାଧୀନତାକୁ ରକ୍ଷା କରିପାରିବ। ବାହ୍ୟଶକ୍ତି ବିଶେଷ କରି ରାଜନୈତିକ ଶକ୍ତିମାନଙ୍କ ପାଖରୁ ବାର୍‌ ଆସୋସିଏଶନଗୁଡ଼ିକୁ ମୁକ୍ତ କରିରଖିବା ବଡ଼ ଆହ୍ବାନ ଭାବେ ଉଭାହୋଇଛି। ଆମ ରାଜ୍ୟର ବାର୍‌ ଆସୋସିଏଶନ୍‌ ଓ ବାର୍‌ କାଉନସିଲ୍‌ର ନିର୍ବାଚନ ପ୍ରକ୍ରିୟା ବିଗତ କିଛିବର୍ଷ ହେବ ରାଜନୈତିକ ଦଳଗୁଡ଼ିକ ଆଧାରରେ କାର୍ଯ୍ୟକାରୀ ହେବା ଚିନ୍ତାଜନକ ବିଷୟ। ବାର୍‌ ଆସୋସିଏଶନଗୁଡ଼ିକର ନିର୍ବାଚନ ପ୍ରକ୍ରିୟାରେ ଯେତେ ପରିମାଣର ଅର୍ଥବ୍ୟୟ ହେଉଛି ତାହା ମଧ୍ୟ ଉଦ୍‌ବେଗଜନକ । ବାର୍‌ ଆସୋସଏଶନଗୁଡ଼ିକରେ ଆଇନଗତ ବୌଦ୍ଧିକ ବିତର୍କ ଏବେ ନକାରାତ୍ମକ ସ୍ଥିତିରେ ପହଞ୍ଚତ୍ଛି। ପେସାଗତ ଭାବେ ନିରନ୍ତର ଆଇନଶିକ୍ଷାର ଅଭାବରେ ଆଇନଜୀବୀମାନଙ୍କ ମଧ୍ୟରେ ବାର୍‌ ଆସୋସିଏଶନଗୁଡ଼ିକର ଗୁରୁତ୍ୱ ଉପଲବ୍ଧି ହେଉନାହିଁ। ବାର୍‌ ଆସୋସିଏଶନ୍‌ଗୁଡ଼ିକର ନେତୃତ୍ୱ ଆଇନ ପେସା ପ୍ରତି ଆଣୁଥିବା ବିପଦପୂର୍ଣ୍ଣ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନା ପ୍ରତି ଅନାଗ୍ରହ ଏହାର ଏକ ଉଦାହରଣ। ସାଧାରଣ ଲୋକଟିର ନ୍ୟାୟିକ ପ୍ରକ୍ରିୟାରେ ଭାଗୀଦାରିତା ପ୍ରସଙ୍ଗରେ ଆମେ ଯେତେ ଚିନ୍ତିତ, ଆଇନଜୀବୀମାନେ ସେମାନଙ୍କ ପେସାଗତ ସ୍ବାଧୀନତା ପ୍ରସଙ୍ଗରେ ବିଚାର ବିମର୍ଶ ପାଇଁ ସେହି ପରିମାଣରେ ସକ୍ରିୟ ନୁହନ୍ତି। ସ୍ବାଧୀନତା ରହିଲେ ଜଣେ ଆଇନଜୀବୀ ନିର୍ଭୀକ ଭାବେ ମକଦ୍ଦମା ପରିଚାଳନା କରିପାରିବ।

  • ବିଭୁପ୍ରସାଦ ତ୍ରିପାଠୀ
    ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ
    ମୋ:୯୪୩୭୦୧୨୪୬୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri