Categories: ବାଣିଜ୍ୟ

ଫ୍ରିଡମ୍‌ ଅଏଲର ଜିଲାସ୍ତରୀୟ ରିଟେଲର୍ସ ମିଟ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ଖାଇବା ତେଲ ଫ୍ରିଡମ୍‌ ଅଏଲର ଓଡ଼ିଶା ବଜାର ପକ୍ଷରୁ ସୋମବାର ଏକ ଜିଲାସ୍ତରୀୟ ରିଟେଲର୍ସ ମିଟ୍‌ ସତ୍ୟମ୍‌ ଡିଷ୍ଟ୍ରିବ୍ୟୁଟର ଓ ରାଜ୍ୟଶ୍ରୀ ସପ୍ଲାୟର୍ସ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରିଟେଲ ମିଟ୍‌ ଭଦ୍ରକ ଚାରିଘରିଆ ଛକସ୍ଥିତ ନରେନ୍ଦ୍ର ରୟାଲଠାରେ (ଭଦ୍ରକ ଜିଲାର ସମସ୍ତ ଫ୍ରିଡମ୍‌ ରିଟେଲ ବ୍ୟବସାୟୀମାନଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ) ଆୟୋଜିତ ହୋଇଥିଲା। ଉକ୍ତ ଉତ୍ସବରେ ଫ୍ରିଡମ ଅଏଲର ଓଡ଼ିଶା ହେଡ୍‌ ଅମୀୟ କୁମାର ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଭାରତ ମସଲାର ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ମନସା ଗ୍ରୁପର ନିର୍ଦ୍ଦେଶକ ବିବେକ ଚନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଧଳ କହିଥିଲେ, କଠିନ ପରିଶ୍ରମ ଓ ସାଧୁତା ଅବଲମ୍ବନ ସହ ବିଶ୍ୱସ୍ବନୀୟ ଆଚରଣ ଦ୍ବାରା ବ୍ୟବସାୟୀ ଗ୍ରାହକଙ୍କ ବିଶ୍ୱାସ ଭାଜନ ହେବା ସହିତ ସଫଳ ବ୍ୟବସାୟୀ ଭାବେ ମଧ୍ୟ ବଜାରରେ ପରିଗଣିତ ହୋଇପାରିବେ। ସେହିଭଳି ସତ୍ୟମ ଡିଷ୍ଟ୍ରିବ୍ୟୁଟର ମୁଖ୍ୟ ନିମାନନ୍ଦ ସାହୁ ଏବଂ ରାଜ୍ୟଶ୍ରୀ ସପ୍ଲାୟର୍ସର ମୁଖ୍ୟ ରାଜ୍ୟଶ୍ରୀ ପ୍ରିୟଦର୍ଶିନୀ ସାହୁଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଯେଉଁଥିରେ ଓଡ଼ିଶାର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ସୁବାସ ରାମ ଓ ଅଭିନେତା ବ୍ରଜ ସିଂହ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ସୋରିଷ ତେଲର ଅଧିକ ବିକ୍ରେତା ହିସାବରେ ଭଦ୍ରକ ଜିଲାର ୧୦ ରିଟେଲରଙ୍କୁ ଫ୍ରିଡମ କମ୍ପାନୀ ପକ୍ଷରୁ ପୁରସ୍କାର ସ୍ବରୂପ ୫ ଲିଟର ଲେଖାଏଁ ଜାର୍‌ ପ୍ରଦାନ କରାଯାଇଥିଲା। ଉକ୍ତ ମିଟ୍‌ରେ ପ୍ରଭାତ ରଞ୍ଜନ ଦାସ, ହଳଧର ସାହୁ, ବିରଜା ମହାପାତ୍ର, ପ୍ରକାଶ ପାତ୍ର, ଜୀବନେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share