Categories: ବାଣିଜ୍ୟ

ବଜାରରେ ଫ୍ରିଡମ୍‌ ଅଏଲର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଖାଇବା ତେଲ ଉତ୍ପାଦକ କମ୍ପାନୀ ତଥା ଜେମିନୀ ଏଡିବଲ୍ସ ଆଣ୍ଡ୍‌ ଫ୍ୟାଟ୍‌ସ ଇଣ୍ଡିଆ ଲିମିଟେଡ ବା ଜିଇଏଫ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଫ୍ରିଡମ୍‌ କଚ୍ଚି ଘନି ମଷ୍ଟାର୍ଡ ଅଏଲର ନୂଆ ୫ ଲିଟର ପୁନଃ ବ୍ୟବହାରକ୍ଷମ ଜାର୍‌ (ରିୟୁଜେବୁଲ ବକେଟ) ନିକଟରେ ଉନ୍ମୋଚନ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଫ୍ରିଡମ ହେଲ୍‌ଦି କୁକିଂ ଅଏଲ୍‌ସର ବରିଷ୍ଠ ଉପସଭାପତି (ସେଲ୍‌ସ ଆଣ୍ଡ ମାର୍କେଟିଂ) ପି. ଚନ୍ଦ୍ରଶେଖର ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂଆ ୫ ଲିଟର ଫ୍ରିଡମ କଚ୍ଚି ଘନି ମଷ୍ଟାର୍ଡ ଅଏଲର ଉନ୍ମୋଚନ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫ୍ରିଡମ ଅଏଲର ଓଡ଼ିଶା ହେଡ ଅମିୟ କୁମାର ଧଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share