ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ୍‌ର ଆକର୍ଷଣୀୟ ଷ୍ଟଲ୍‌

ଭୁବନେଶ୍ୱର,୧୮।୩: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକ ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ୍‌ ଅଏଲ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଉଦଘାଟନୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଖ୍ୟାତ ସର୍ଜରି ବିଶେଷଜ୍ଞ ଡା.ଉମେଶ ଚନ୍ଦ୍ର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷ୍ଟଲର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫ୍ରିଡମ୍‌ ତେଲର ଓଡ଼ିଶା ହେଡ୍‌ ଅମିୟ କୁମାର ଧଳଙ୍କ ସମେତ କମ୍ପାନୀ ଓ ମେଳା କିମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ଖାଇବା ତେଲ ତଥା ଜେମିନୀ ଏଡିବଲ୍ସ ଆଣ୍ଡ ଫ୍ୟାଟ୍‌ସ ଇଣ୍ଡିଆ ଲିମିଟେଡର ପ୍ରମୁଖ ବ୍ରାଣ୍ଡ୍‌ ଫ୍ରିଡମ୍‌ ଅଏଲର ସର୍ବବୃହତ ଷ୍ଟଲ କଟକ ବୈଶାଖୀ ବାଣିଜ୍ୟ ମେଳାରେ ଶୁଭାରମ୍ଭ କରାଯାଇଛି। ବିଶେଷକରି ବାଲିଯାତ୍ରାଠାରୁ ଆରମ୍ଭକରି ବୈଶାଖୀ ବାଣିଜ୍ୟ ମେଳାରେ ସାମିଲ ହେବା ସହିତ ବ୍ୟବସାୟର ପସରା ମେଲାଇବା ପାଇଁ ଦେଶର କୋଣ ଅନୁକୋଣରୁ ବ୍ୟବସାୟୀମାନେ କଟକ ଧାଇଁ ଆସିଥାନ୍ତି, କାରଣ ରାଜ୍ୟର ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ କଟକ ସହରର ସ୍ବତନ୍ତ୍ର ପରିଚୟ ରହିଛି। ଅପରପକ୍ଷରେ ପ୍ରତ୍ୟେକ ମଣିଷ ଦୀର୍ଘଜୀବୀ ହେବା ପାଇଁ ସନ୍ତୁଳିତ ଆହାର ସାଙ୍ଗକୁ ସୁସ୍ଥ ବାତାବରଣର ଆବଶ୍ୟକତା ରହିଛି ବୋଲି ଡା. ରାୟ ମତବ୍ୟକ୍ତ କରିଥିଲେ। ସେହିପରି ଉକ୍ତ ମେଳାରେ ଫ୍ରିଡମ୍‌ ଅଏଲ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଛି। ଏପରିକି ପ୍ରତ୍ୟେକ ତେଲ କିଣିଲେ ନିଶ୍ଚିତ ଉପହାର ରହିଥିବାବେଳେ ସୁଲଭ ମୂଲ୍ୟରେ ବ୍ରାଣ୍ଡ୍‌ର ସମସ୍ତ ତେଲ ଉପଲବ୍ଧ। ବିଶେଷ କରି କମ୍ବୋ ଅଫର ଏବଂ କଚି ଘନୀ ୫ଲିଟର ସୋରିଷ ତେଲର ପୁନଃ ବ୍ୟବହୃତ ହେଉଥିବା ଜାର୍‌ ଗୃହିଣୀମାନଙ୍କର ବେଶ୍‌ ପ୍ରିୟଭାଜନ ହୋଇପାରିଛି ବୋଲି ଫ୍ରିଡମ୍‌ ତେଲର ଓଡ଼ିଶା ହେଡ୍‌ ଅମିୟ କୁମାର ଧଳ ବିସ୍ତୃତ ଭାବେ ସୂଚନା ଦେବା ସହ ମେଳା ବୁଲିବାକୁ ଆସୁଥିବା ସମସ୍ତ ଦର୍ଶକଙ୍କୁ ଫ୍ରିଡମ୍‌ ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେହିଭଳି ବୈଶାଖୀ ମେଳାର ୪ର୍ଥ ସନ୍ଧ୍ୟାରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରମୋଦ ଖଲାର, ଅମିତ ମହାନ୍ତି, ପ୍ରକାଶ କୁମାର ପାତ୍ର ଏବଂ ପ୍ରଦୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri