ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

କେସିଙ୍ଗା,୧୪.୬(ତୁମେଶ୍ୱର ସାହୁ) ଓ୍ବାଗନ୍‌ ଛିଣ୍ଡି ଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍‌। ଦାମନଯୋଡି-ନାଲକୋ ଅଭିମୁଖେ ଯାଉଥିବା ଆଲୁମିନିୟମ ବୋଝେଇ ମାଲବାହୀ ଟ୍ରେନ ବୁଧବାର ସକାଳେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଉକ୍ତ ଟ୍ରେନ ସମ୍ବଲପୁର ଡିଭିଜନ ଅନ୍ତର୍ଗତ କେସିଙ୍ଗା ଷ୍ଟେସନର ଦୁଇ ନମ୍ବର ପ୍ଲାଟ ଫର୍ମରେ ଅଟକିଥିଲା। କେସିଙ୍ଗାରୁ ଟିଟିଲାଗଡ଼ ଅଭିମୁଖେ ଯିବା ପାଇଁ ସିଗ୍ନାଲ ମିଳିଥିଲା।
ପାଇଲଟ ଟ୍ରେନକୁ ଷ୍ଟାର୍ଟ କରିବାରୁ ବଗିର ସଂଯୋଗସ୍ଥଳୀରୁ ଓ୍ବାଗନ୍‌ ଛିଣ୍ଡି ଯାଇ ପ୍ରାୟ ୩୦ମିଟର ଦୂରକୁ ବଗି ଅତି କ୍ରମ କରି ଯାଇଥିଲା ଟ୍ରେନର ପାଇଲଟ ନିଜ ବୁଦ୍ଧି ବଳରେ ଟ୍ରେନଟିକୁ ଅଟକାଇ ଥିଲେ ଏବଂ ସାଙ୍ଗେ ସାଙ୍ଗେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ଷ୍ଟେସନ ମାଷ୍ଟର ଟିଟିଲାଗଡ଼ର ମେକାନିକ ଦଳକୁ ଖବର ଦେବାପରେ ଘଟଣା ସ୍ଥଳରେ ମେକାନିକ ପହଞ୍ଚିି ଓ୍ବାଗନ୍‌ କାମ ସଂଯୋଗ କରିଛନ୍ତିି। ଉକ୍ତ ଟ୍ରେନକୁ ରେଳ ବିଭାଗୀୟ ପକ୍ଷରୁ ଛାଡିବା ପାଇଁ କୌଣସି ସୂଚନା ମିଳି ନାହିଁ। ବଗିର ଓ୍ବାଗନ୍‌ କେମିତି ଛିଣ୍ଡିଲା ସେ ନେଇ ବିଭାଗୀୟ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି।

Share