କେନ୍ଦୁଝର, ୩୦।୧(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେସନ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଳରେ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି l ଖବର ପାଇ ଜିଆର୍ପି, ଆରପିଏଫ୍ ଓ ରେଳ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ କାରଣ ଖୋଜୁଛନ୍ତି। ମାଲବାହୀ ଟ୍ରେନ୍ଟି ନୟାଗଡାରୁ ପାରାଦୀପ ବନ୍ଦର ଅଭିମୁଖେ ଯାଉଥିବା ଜଣାପଡିଛି l ରେଳଷ୍ଟେଶନକୁ ପ୍ରବେଶ ବେଳେ ରେଳ ଗାଡିର ବେଗ କମ୍ ଥିଲା। ଏଣୁ ଗୁରୁତର ଦୁର୍ଘଟଣା ହୋଇ ନ ଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ଜୁରୁରୁ ପାରାଦୀପ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରେନ ସମାନ ସ୍ଥାନରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଫଳରେ ୪ଟି ବଗି ଲାଇନଚ୍ୟୁତ ହୋଇଥିଲା l ତେବେ ରେଳ ଲାଇନରେ ତ୍ରୁଟି ଥିବାରୁ ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା କୁହାଯାଉଛି।