ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ପଲାସା-କଟକ, ପୁରୀ-କଟକ ପାସେଞ୍ଜର ବାତିଲ

ଭୁବନେଶ୍ୱର,୨୯।୭: ଭୁବନେଶ୍ବର ମଞ୍ଚେଶ୍ବର ଷ୍ଟେସନ ୟାର୍ଡରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ରବିବାର ରାତି ପ୍ରାୟ ୧ଟା ୩୫ ମିନିଟ ସମୟରେ ଲାଇନ୍‌ଚ୍ୟୁତ ହୋଇଥିବା ନେଇ ରେଲୱେ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ଖବର ମିଳିବା ପରେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ମରାମତି ପରେ ଏବେ ଉଭୟ ଡାଉନ୍‌ ଓ ଅପ୍‌ ଲାଇନ୍‌ରେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଦୁର୍ଘଟଣା କାରଣରୁ ଏହି ସମୟରେ ୨ଟି ଟ୍ରେନ୍‌ ବାତିଲ ଓ ୬ଟି ଟ୍ରେନ୍‌ର ଯାତାୟାତ ସମୟରେ ପରିବର୍ତନ କରାଯାଇଛି। ତେବେ ସୋମବାର ପାଇଁ ପଲାସା-କଟକ, ପୁରୀ-କଟକ ପାସେଞ୍ଜର ବାତିଲ କରାଯାଇଛି।

Share