ୟୁକ୍ରେନ୍‌ରେ ଫ୍ରାନ୍ସ ଖବରଦାତାଙ୍କ ପରଲୋକ

କିଭ୍‌,୩୦ା୫: ୟୁକ୍ରେନ୍‌ରେ ରିପୋର୍ଟିଂ କରୁଥିବା ଫ୍ରାନ୍ସର ଜଣେ ଖବରଦାତା ୩୨ ବର୍ଷୀୟ ଫ୍ରେଡେରିକ୍‌ ଲିକ୍ଲର୍କ-ଇମହୋଫ୍‌ଙ୍କ ପରଲୋକ ଘଟିଛି। ଏନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସୋମବାର ଏକ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣର ଦୃଶ୍ୟ ସମସ୍ତଙ୍କ ସାମ୍‌ନାକୁ ଆଣିବାକୁ ଫ୍ରେଡେରିକ୍‌ ସେଠାକୁ ଯାଇଥିଲେ ବୋଲି ମାକ୍ରୋନ କହିଛନ୍ତି। ପୂର୍ବ ୟୁକ୍ରେନ୍‌ର ସେଭେରୋଡୋନେସ୍କରେ ରୁଷିଆର ବୋମା ଆକ୍ରମଣରୁ ବର୍ତ୍ତିବା ପାଇଁ ଏକ ଉଦ୍ଧାରକାରୀ ବସ୍‌ରେ ଫ୍ରେଡେରିକ୍‌ଙ୍କ ସହ ବହୁସଂଖ୍ୟାରେ ସ୍ଥାନୀୟ ଲୋକଙ୍କୁ ଭର୍ତ୍ତି କରାଯାଇଥିଲା। ଦଳାଚକଟା ଭିତରେ ସେ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫ୍ରାନ୍ସ ବହିର୍ବ୍ୟାପାର ମନ୍ତ୍ରୀ କାଥେରିନା କଲୋନା ଖବରଦାତାଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି। ଫ୍ରେଡେରିକ୍‌ ଫ୍ରାନ୍ସର ବିଏଫ୍‌ଏମ୍‌ ଟିଭିରେ କାମ କରୁଥିଲେ।

Share