Categories: ଖେଳ

ସେନାକୁ ମିଳିଲା ଫ୍ରାନ୍ସ ଅଲିମ୍ପିକ୍ସ ସୁରକ୍ଷା ଦାୟିତ୍ୱ

ପ୍ୟାରିସ୍‌,୨୫ା୧୧: ୨୦୨୪ରେ ଫ୍ରାନ୍ସ ଅଲିମ୍ପିକ୍ସ । ଅଲିମ୍ପିକ୍ସରେ ସୁରକ୍ଷା ଦେବେ ଫ୍ରାନ୍ସ ମିଲିଟାରୀର ୧୫ ହଜାର ଯବାନ। ଏହା ମଧ୍ୟରୁ ୧୦ ହଜାର ଯବାନ କେବଳ ପ୍ୟାରିସ୍‌ ସହରରେ ମୁତୟନ ହେବେ ବୋଲି ମିଲିଟାରୀ ଗଭର୍ନର କ୍ରିଷ୍ଟୋଫ୍‌ ଆବାଡ୍‌।

କ୍ରୀଡା ମହାକୁମ୍ଭ ସମୟରେ ପ୍ରାୟ ୧୫ ହଜାର କି.ମି. ଅଞ୍ଚଳକୁ ଫ୍ରାନ୍ସ ସେନା ନିଜ ନିୟନ୍ତ୍ରଣରେ ରଖିବ। ତାହିଟି ଅଞ୍ଚଳରେ ନୌସେନା ସୁରକ୍ଷା ଦାୟିତ୍ୱ ସମ୍ଭାଳିବାକୁ ଥିବା ବେଳେ ପ୍ୟାରିସ୍‌ରେ ଏକ ଅସ୍ଥୟୀ ମିଲିଟାରୀ କ୍ୟାମ୍ପରେ ୫ ହଜାର ଯବାନ ରହିବେ। ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଲିମ୍ପିକ୍ସ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ପାରାଲିମ୍ପିକ୍ସ ମଧ୍ୟ ଆୟୋଜିତ ହେବ। ଏହି ଦୁଇଟି ଯାକ ଇଭେଣ୍ଟ ପାଇଁ ସୁରକ୍ଷା ବ୍ୟବସ୍ଥା ସେନାକୁ ପ୍ରଦାନ କରାଯାଇଛି।

Share