ଫରାସୀ ପ୍ରତିରକ୍ଷା କମ୍ପାନୀ ସଫ୍ରାନ ଭାରତରେ ୪ଗୁଣ ଅଧିକ କର୍ମଚାରୀଙ୍କୁ କରିବ ନିୟୋଜନ

ପ୍ୟାରସ୍‌,୨୧।୬: ପ୍ରତିରକ୍ଷା ପ୍ରଣାଳୀ ଏବଂ ବିଭିନ୍ନ ଏରୋସ୍ପେସ୍‌ର ପ୍ରମୁଖ ଯୋଗାଣକାରୀ ଫରାସୀ ବହୁ ରାଷ୍ଟ୍ରୀୟ କମ୍ପାନୀ ସଫ୍ରାନ ଭାରତର ଅଭିବୃଦ୍ଧିକୁ ନେଇ ଏଏନ୍‌ଆଇ ଆଗରେ ଆଲୋକପାତ କରିଛି। ସଫ୍ରାନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଡିଫେନ୍ସ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଆଲେକ୍ସଜାଣ୍ଡାର୍‌ ଜିଗଲର ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ ସାକ୍ଷାତକାର ଦେଇ କହିଛନ୍ତି, ଆଭେ ଭାରତରେ ଆମର କର୍ମଜୀବୀଙ୍କ ସଂଖ୍ୟା ଚାରିଗୁଣା ବଢେଇବୁ।

ଭାରତ ହେଉଛି ବିଶ୍ୱର ଅନ୍ୟତମ ପ୍ରମୁଖ ଅର୍ଥନୀତି।
ଆଗାମୀ ବର୍ଷରେ ଅଭିବୃଦ୍ଧି ହେବାକୁ ଯାଉଛି ତେଣୁ ଆମେ ସେଠାରେ ଆମ କର୍ମଚାରୀଙ୍କ ସଂଖ୍ୟା ଚାରିଗୁଣା ବଢାଇବାକୁ ଚାହୁଁଛୁ। ବର୍ଷ ବର୍ଷ ଧରି ମୁଁ ଭାରତ ଗସ୍ତ କରିଛି। ସେଠାରେ ବହୁଥର ମୁଁ ରହିଆସିଛି।

ପୂର୍ବତନ ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍ସଜାଣ୍ଡାର୍‌ କହିଛନ୍ତି, ବର୍ତ୍ତମାନ ସଫ୍ରାନର ୧୦୦୦କର୍ମଚାରୀ ଭାରତରେ ଅଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ଯଥାକ୍ରମେ ୪୦୦୦,୫୦୦୦ ଏବଂ ୬୦୦୦କୁ ବୃଦ୍ଧି କରାଯିବ।

ଜିଗଲର ଦୁଇଟି ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଛନ୍ତି ଯାହାକୁ ସେ ଭାରତ ସହ ମିଶି କାମ କରିବାକୁ ଚାହୁଁଛନ୍ତି। ପ୍ରଥମଟି ହେଉଛି ଯୁଦ୍ଧ ବିମାନ ଇଞ୍ଜିନ। ଦ୍ୱିତୀୟ ହେଉଛି ଭାରତ ସହ ସହଭାଗୀତା। ଯାହାଦ୍ୱାରା ମିଳିତ ଭାବରେ ଏକ ଉନ୍ନତ ମଧ୍ୟମ ଯୁଦ୍ଧ ବିମାନ(ଏଏମସିଏ)ର ବିକାଶ କରାଯାଇ ପାରିବ।

Share