Posted inଖେଳ

କୋଭିଡ୍‌ କର୍ଫ୍ୟୁ ଯୋଗୁ ଫ୍ରେଞ୍ଚ୍‌ ଓପନ ପ୍ରେମୀଙ୍କ ଅସନ୍ତୋଷ

ପ୍ୟାରିସ, ୧୧ା୬(ଏପି): ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ ବୁଧବାର ରାତି ୧୧ଟା ବେଳେ ଆକସ୍ମିକ କରୋନା ଭାଇରସ୍‌ କର୍ଫ୍ୟୁ ଜାରି ହେବାରୁ ଖେଳପ୍ରେମୀଙ୍କ ମହଲରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକେ ନୋଭାକ୍‌ ଜୋକୋଭିଚ୍‌ ବନାମ ମାଟେଓ ବେରେଟେନି କ୍ୱାର୍ଟରଫାଇନାଲ ମ୍ୟାଚ ଦେଖିବାକୁ ଆସିଥିଲେ। କର୍ଫ୍ୟୁ ଲାଗୁ ହେବା ପରେ ଷ୍ଟାଡିୟମରୁ ଦର୍ଶକ ଖାଲି କରିବାକୁ ପଡ଼ିଥିଲା। ୨୨ ମିନିଟ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା ା ମହାମାରୀଜନିତ କଟକଣା କୋହଳ କରାଯିବା ପରେ ପ୍ରଥମେ ୧,୦୦୦ ଦର୍ଶକଙ୍କୁ ଅନୁମତି ମିଳିଥିଲା। ବୁଧବାର କୋର୍ଟ ଫିଲପ୍‌ ଚାଟ୍‌ରିଅରଠାରେ ମ୍ୟାଚ ଦେଖିବାକୁ ବୁଧବାର ୫,୦୦୦ ଦର୍ଶକଙ୍କୁ ଅନୁମତି ଦିଆଯାଇଥିଲା। ତେଣୁ ଆକସ୍ମିକ କରୋନା କର୍ଫ୍ୟୁ ଜାରି ପରେ ପରିସ୍ଥିତି କ’ଣ ହୋଇଥିବ ତାହା ସହଜେ ଅନୁମେୟ। ପରେ ଯେତେବେଳେ ମ୍ୟାଚ ଖେଳାଗଲା ଜୋକୋଭିଚ୍‌ ୬-୩, ୬-୨, ୬-୭(୫), ୭-୫ରେ ମ୍ୟାଚ୍‌ ଜିତିଥିଲେ। ଏଥିସହିତ ସେ ତାଙ୍କ ୪୦ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଥିଲେ। ଜୋକୋଭିଚ୍‌ କହିଛନ୍ତି ମ୍ୟାଚ ବେଳେ ଦର୍ଶକଙ୍କଠାରୁ ଉତ୍ସାହ ମିଳିଲେ ଶକ୍ତି ବୃଦ୍ଧି ଘଟିଥାଏ। କର୍ଫ୍ୟୁରେ କେତେକ ସମର୍ଥକ ବିରକ୍ତି ପ୍ରକାଶ କରି କହିଥିଲେ ମ୍ୟାଚ ଦେଖିବା ଲାଗି ଆମେ ଟଙ୍କା ଖର୍ଚ୍ଚ କରିଛୁ, ତେଣୁ ଆମେ ଷ୍ଟାଡିୟମ ଛାଡ଼ିବୁ ନାହିଁ। କର୍ଫ୍ୟୁ ପାଇଁ ଉଭୟ ଖେଳାଳି ରାତି ୧୦ଟା ୫୫ରେ ଯେତେବେଳେ ସେମାନଙ୍କ ବ୍ୟାଗ୍‌ ସହ କୋର୍ଟ ପରିତ୍ୟାଗ କଲେ ଖେଳପ୍ରେମୀଙ୍କ ମଧ୍ୟରେ କୋଳାହଳ ସୃଷ୍ଟି ହୋଇଥିଲା। ଖେଳ ସ୍ଥଗିତ ରଖାଯିବା ବେଳେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଜୋକୋଭିଚ୍‌ ୨-୧ ସେଟ୍‌ରେ ଅଗ୍ରଣୀ ରହିଥିଲେ ଏବଂ ଚତୁର୍ଥ ସେଟ୍‌ରେ ୩-୨ରେ ଆଗୁଆ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ହ୍ୟାଣ୍ଡବଲ ଚାମ୍ପିୟନଶିପରେ ସ୍ଥାନ ପକ୍କା କଲେ ଧ୍ରୁବ

ନୂଆପଡ଼ା,୨୧ା୪(ମକାରୁ ବେମାଲ): ଉତ୍ତରପ୍ରଦେଶର ଆକବରପୁରଠାରେ ଏପ୍ରିଲ ୨୦ରୁ ୨୪ ପର୍ଯ୍ୟନ୍ତ ଜାତୀୟ ଜୁନିୟର ବାଳକ ହ୍ୟାଣ୍ଡବଲ ଚାମ୍ପିୟନଶିପ ଆୟୋଜିତ ହେଉଛି। ଏଥିସକାଶେ ରାଜ୍ୟର ୧୮ଜଣିଆ ଦଳ...

ହର୍ଷ ଭୋଗଲେ, ସାଇମନ ଡୌଲଙ୍କୁ ରେଡ୍-ଫ୍ଲାଗ୍, BCCIକୁ ଚିଠି ଲେଖିଲା ବୋର୍ଡ: ରିପୋର୍ଟ

ନୂଆଦିଲ୍ଲୀ,୨୧।୪: ଅନେକ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ଦଳର ଅଧିନାୟକ ଏବଂ କୋଚମାନଙ୍କଠାରୁ ଘରୋଇ ପିଚ୍ କ୍ୟୁରେଟରଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ, କ୍ରିକେଟ ଆସୋସିଏସନ...

CSK ଅବସ୍ଥା ଖରାପ: ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ...

କେବଳ ଜଣେ ଖେଳାଳିଙ୍କୁ ପ୍ରମୋଶନ ଦେଲା BCCI, କିଏ ସେ ଭାଗ୍ୟଶାଳୀ?

ନୂଆଦିଲ୍ଲୀ,୨୧।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୪-୨୫ ସିଜିନ ପାଇଁ ଏହାର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଛି।...

ଖେଳାଳି ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ, ଫେରିଲେ ଷ୍ଟାର ବ୍ୟାଟର

ମୁମ୍ବାଇ,୨୧ା୪: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସୋମବାର,୨୦୨୪-୨୫ ସିଜିନ୍ ପାଇଁ ସିନିୟର ପୁରୁଷ ଦଳ ପାଇଁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରିଛି। ଗତ...

କୋର୍ଟ ଯିବେ ଆଝାରୁଦ୍ଦିନ

ନୂଆଦିଲ୍ଲୀ,୨୧ା୪: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ଉତ୍ତର ଷ୍ଟାଣ୍ଡରୁ ଆଝାରୁଦ୍ଦିନଙ୍କ ନାମ ହଟାଇବାକୁ ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏଶନ (ଏଚ୍‌ସିଏ)ର ଓମ୍ବୁଡସ୍‌ମ୍ୟାନ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ...

ଆଇପିଏଲରେ ଅଭୂତପୂର୍ବ କୃତିତ୍ୱ ହାସଲ କଲେ ବିରାଟ କୋହଲି, ପଛରେ ପଡିଲେ ଡେଭିଡ ଓ୍ୱାର୍ଣ୍ଣର

ନୂଆଦିଲ୍ଲୀ, ୨୦।୪: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ରବିବାର ପଞ୍ଜାବ କିଙ୍ଗସ ବିପକ୍ଷ ଆଇପିଏଲ ୨୦୨୫ ମ୍ୟାଚରେ ନିଜ ନାମରେ ଏକ...

ଇତିହାସ ରଚିଲେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image