ପ୍ୟାରିସ, ୧୦।୧୦-
ଫ୍ରେଞ୍ଚ୍ ଓପନ ଟେନିସ ପୁରୁଷ ଡବଲ୍ସର ଫାଇନାଲ ଲାଇନ୍ଅପ୍ ହୋଇଯାଇଛି। ଆନ୍ଦ୍ରେସ ମାଇଲ୍ସ ଓ କେଭିନ କ୍ରାଓ୍ବିଜ୍ ଯୋଡ଼ି ଫାଇନାଲରେ ବ୍ରୁନୋ ସୋଆରେସ ଓ ମ୍ୟାଟ ପାଭିକ୍ ଯୋଡ଼ିଙ୍କୁ ଭେଟିବେ। ପ୍ରଥମ ସେମିଫାଇନାଲରେ ମାଇଲ୍ସ-କ୍ରାଓ୍ବିଜ ଯୋଡ଼ି ୬-୩, ୭-୫ ସେଟ୍ରେ ଓ୍ବେସ୍ଲି କୋଲୋଫ ଓ ନିକୋଲା ମେକ୍ଟିକ୍ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ସେହିପରି ଦ୍ୱିତୀୟ ସେମିରେ ସୋଆରେସ-ପାଭିକ୍ ୭-୬(୭/୪), ୭-୫ ସେଟ୍ରେ ରବର୍ଟ ଫାରା ଓ ଜୁଆନ ସେବାଷ୍ଟିଆନ କାବାଲ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ମହିଳା ଡବଲ୍ସରେ କ୍ରିଷ୍ଟିନା ମ୍ଲାଡେନୋଭିଚ୍ ଓ ଟିମିଆ ବାବୋସ ଫାଇନାଲରେ ପହଞ୍ଚତ୍ଛନ୍ତି। ଏହି ଯୋଡ଼ି ପ୍ରଥମ ସେମିଫାଇନାଲରେ ବାର୍ବରା କ୍ରେଜିକୋଭା ଓ କାଟରିନା ସିନିଆକୋଭା ଯୋଡ଼ିଙ୍କୁ ୬-୨, ୪-୬, ୭-୫ ସେଟ୍ରେ ହରାଇ ଦେଇଛନ୍ତି।