ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଆଜି ଆସିବେ ଭାରତ, ଏନଏସଏ ଅଜିତ ଡୋଭାଲଙ୍କ ସହ ହେବ ସାକ୍ଷାତକାର

ନୂଆଦିଲ୍ଲୀ/ପ୍ୟାରିସ,୬।୭: ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋଙ୍କ କୁଟନିତିକ ପରାମର୍ଶଦାତା ଇମ୍ୟାନୁଏଲ ବୋନେ ଗୁରୁବାର ଅର୍ଥାତ୍‌ ଜୁଲାଇ ୬ରେ ଏକ ଦିବସୀୟ ଭାରତ ଯାତ୍ରାରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇମ୍ୟାନୁଏଲ ବୋନେ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଗସ୍ତ ଉପରେ ଦ୍ୱିପାକ୍ଷିକ ଆଲୋଚନା ଶେଷ କରିବାକୁ ଆସୁଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ସାଉଥ ବ୍ଲକ ଏହି ଗସ୍ତରେ ନୀରବ ରହିଛି।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ମାକ୍ରୋନଙ୍କ କୂଟନୈତିକ ପରାମର୍ଶଦାତା ଏହି ସମୟ ମଧ୍ୟରେ ଗୁରୁତର ପ୍ରସଙ୍ଗରେ ଏନଏସଏ ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବେ ଏବଂ ଫ୍ରାନ୍ସକୁ ଫେରିବା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିପାରନ୍ତି। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୀତିକ ବୁଝାମଣାକାରୀ ବୋନେ ଏବଂ ଡୋଭାଲ ପରସ୍ପରର ସମକକ୍ଷ। ରିପୋର୍ଟ ଅନୁଯାୟୀ, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ମାକ୍ରୋନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏକ ବୈଠକ ହେବ।

Share