ପ୍ୟାରିସ,୨୭।୯: ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ ମାକ୍ରନଙ୍କୁ ସୋମବାର ଲିଓନ ରାଜ୍ୟର ଦକ୍ଷିଣାଞ୍ଚଳ ସହରରେ ଆୟୋଜିତ ଅନ୍ତର୍ଜାତୀୟ କ୍ୟାଟରିଂ, ହୋଟେଲ ଏବଂ ଖାଦ୍ୟ ବାଣିଜ୍ୟ ମେଳା ବେଳେ ଜଣେ ବ୍ୟକ୍ତି ଅଣ୍ଡା ମାଡ କରିଛନ୍ତି। ଅଣ୍ଡା ରାଷ୍ଟ୍ରପତିଙ୍କ କାନ୍ଧରେ ବାଜିଥିଲା। ହେଲେ ଫାଟି ନ ଥିଲା। ଆକ୍ରମଣକାରୀଙ୍କୁ ତୁରନ୍ତ ସୁରକ୍ଷା ଅଧିକାରୀ ହେଫାଜତକୁ ନେଇଥିଲେ।
ଘଟଣା ଉପରେ ପତିକ୍ରିୟା ରଖି ମାକ୍ରନ କହିଛନ୍ତି, ଯଦି ଆକ୍ରମଣକାରୀ ମୋତେ କିଛି କହିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ମୋ ପାଖକୁ ଆସିବାକୁ ଦିଅ। ମୁଁ ତାଙ୍କ ସହ ପରେ କଥା ହେବି। ତେବେ ମାକ୍ରନଙ୍କ ଲାଗି ଏହା କିଛି ନୂଆ ଘଟଣା ନୁହେଁ। ୨୦୧୭ରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ଥିଲାବେଳେ ପ୍ୟାରିସ ତାଙ୍କୁ ଅଣ୍ଡା ମାଡ଼ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗତ ଜୁନରେ ଭାଲେନ୍ସଠାରେ ତାଙ୍କୁ ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିଲେ।