Categories: ଜାତୀୟ

ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ

ନୂଆଦିଲ୍ଲୀ,୨୨।୧୨: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ୨୦୨୪ ଜାନୁୟାରୀ ୨୬ରେ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି।

ଆସନ୍ତା ବର୍ଷ ଜାନୁୟାରୀରେ କ୍ୱାଡ ନେତାଙ୍କ ସମ୍ମିଳନୀ ଆୟୋଜନ କରିବାର ଅଂଶ ଭାବରେ ଭାରତ ଗଣତନ୍ତ୍ର ଦିବସ ପାଳନ ପାଇଁ ରାଷ୍ଟ୍ରପତି ବିଡେନଙ୍କୁ ଆମନ୍ତ୍ରଣ କରିଥିଲା। ଜାନୁୟାରୀ ୨୬ରେ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା, କିନ୍ତୁ ସେ କିଛି କାରଣ ହେତୁ ଜାନୁୟାରୀରେ ଏଠାକୁ ଆସିବାକୁ ମନା କରିଦେଇଥିଲେ। ଏହା ପରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।

Share