ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ବାଂଲାଦେଶରେ ଦିଆଗଲା ୨୧ ତୋପ ସଲାମି

ଢାକା/ପ୍ୟାରିସ,୧୧।୯: ଭାରତରେ ଅନୁଷ୍ଠିତ ଜି -୨୦ ସମ୍ମିଳନୀରେ ଯୋଗଦେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ବାଂଲାଦେଶରେ ପହଞ୍ଚିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୩୩ ବର୍ଷ ମଧ୍ୟରେ ବାଂଲାଦେଶକୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଐତିହାସିକ ଗସ୍ତ। ଦୁଇ ଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତି ମାକ୍ରୋନଙ୍କୁ ସର୍ବୋଚ୍ଚ ରାଜକ୍ର ସମ୍ମାନ ଭାବରେ ୨୧ ତୋପ ସଲାମି ଦିଆଯାଇଥିଲା।

ଭାରତରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ଉଭୟ ନେତା ଅଂଶଗ୍ରହଣ କରିଥିଲେ। ବର୍ତ୍ତମାନ ମାକ୍ରୋନ ଏବଂ ହସିନା ସୋମବାର ଦ୍ୱିପାକ୍ଷିକ ବୈଠକ କରିବେ। ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ ଏହି ଦୁଇ ନେତା ଦ୍ୱିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର କରିବେ ଏବଂ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଆଶା କରାଯାଉଛି।
୧୯୯୦ରେ ରାଷ୍ଟ୍ରପତି ଫ୍ରାଙ୍କୋଇସ ମିଟରାଣ୍ଡ ଢାକା ଗସ୍ତ କରିବାର ୩୩ ବର୍ଷ ପରେ ମାକ୍ରୋନ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମନ କହିଛନ୍ତି ଯେ ବାଂଲାଦେଶ ଏବଂ ଫ୍ରାନ୍ସ ସେମାନଙ୍କ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ଉପାୟ ବିଷୟରେ ଆଲୋଚନା କରିବା ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଏବଂ ନିୟନ୍ତ୍ରିତ ସ୍ଥାନାନ୍ତରଣ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା-କାନାଡାର ମୁଣ୍ଡବିନ୍ଧା ବଢାଇଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୬।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଏବଂ ଚାଇନା ମୁଣବିନ୍ଧା ବଢାଇଛନ୍ତି। ସେ ଘୋଷଣା କରିଛନ୍ତି, ସେ କାନାଡା ଏବଂ ମେକ୍ସିକୋରୁ...

ଘର ଉପରେ ଖସି ପଡିଲା କାର୍ଗୋ ବିମାନ

ବର୍ଲିନ,୨୬।୧୧: ପାର୍ସଲ ଏବଂ କ୍ୟୁରିଅର୍‌ ସେବା ଯୋଗାଉଥିବା ଜର୍ମାନୀର DHL କମ୍ପାନୀର ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଏହି ଘଟଣା ୨୫...

ହିନ୍ଦୁ ସାଧୁଙ୍କ ଗିରଫକୁ ନେଇ ବାଂଲାଦେଶରେ ବଢୁଛି ହିଂସା, ଭାରତ ସରକାରଙ୍କୁ ସାହାଯ୍ୟ ମାଗିଲା ଇସ୍କନ

ଢାକା,୨୬।୧୧: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚିନ୍ମୟ ପ୍ରଭୁଙ୍କୁ ଗିରଫ କରିବା ପରେ ଉତ୍ତେଜନା ବୃଦ୍ଧି ପାଉଛି। ଚିନ୍ମୟ...

ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ, ୧୬ ମୃତ

ଜାକର୍ତ୍ତା, ୨୬।୧୧: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ବନ୍ୟା ଓ...

ପୃଥିବୀର ଅକ୍ଷ ୩୧.୫ ଇଞ୍ଚ ପୂର୍ବକୁ ଢଳିଛି

ସିଓଲ, ୨୬ା୧୧:ଅତ୍ୟଧିକ ଭୂତଳ ଜଳ ନିଷ୍କାସନ ଯୋଗୁ ୧୯୯୩ରୁ ୨୦୧୦ ମଧ୍ୟରେ ପୃଥିବୀର ଅକ୍ଷ ପ୍ରାୟ ୮୦ ସେଣ୍ଟିମିଟର(୩୧.୫ ଇଞ୍ଚ) ପର୍ଯ୍ୟନ୍ତ ପୂର୍ବ ଆଡ଼କୁ ଢଳିଛି।...

ଆଦାନୀ ସହ ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ଢାକା,୨୪ା୧୧: ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪...

ଖୁବ୍‌ଶୀଘ୍ର ଦେବାଳିଆ ହେବାକୁ ଯାଉଛି ଆମେରିକା, ଏହାର ସମାଧାନ ପାଇଁ ଏମିତି କହିଲେ ଏଲନ ମସ୍କ

ଓ୍ବାଶିଂଟନ,୨୪ା୧୧: ଆମେରିକାର ଅର୍ଥନୀତିକୁ ନେଇ ଟେସ୍‌ଲା ତଥା ସ୍ପେସ୍‌ ଏକ୍ସ ମାଲିକ ଏଲନ ମସ୍କ ନିକଟରେ ଚିନ୍ତିତ ହୋଇଛନ୍ତି। ଆମେରିକାର ଅର୍ଥନୀତି ବିଷୟରେ ମସ୍କ ତାଙ୍କ...

ବଡ଼ ଘୋଷଣା: ମୋଦିଙ୍କୁ ଗ୍ଲୋବାଲ ଶାନ୍ତି ପୁରସ୍କାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୧୧: ଆମେରିକାରେ ଭାରତୀୟ-ଆମେରିକୀୟମାନେ ଏକଜୁଟ ହୋଇ ଏକ ନୂତନ ସଂଖ୍ୟାଲଘୁ ସଂଗଠନ ଆରମ୍ଭ କରିଛନ୍ତି। ମେରିଲାଣ୍ଡର ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମରେ ଆସୋସିଏସନ ଅଫ ଇଣ୍ଡିଆନ-ଆମେରିକୀୟ ମାଇନର୍‌ରିଟିଜ୍‌(ଏଆଇଏଏମ୍‌)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri