ରୁଷିଆ ବିନା ‘ସ୍ଥାୟୀ ଶାନ୍ତି’ ଆଲୋଚନା ଅସମ୍ଭବ

ପ୍ୟାରିସ୍‌,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୩ ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଧ୍ୱଂସବିଧ୍ୱଂସ ହୋଇଥିବା ବେଳେ ବେଳକୁ ବେଳ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ଯୁଦ୍ଧ ସମାପ୍ତ ଲାଗି ୨ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ହେଇଥିଲେ ମଧ୍ୟ ଫଳଶୂନ। ଅନ୍ୟପଟେ ଯୁଦ୍ଧ ରୋକିବା ପାଇଁ ବିଭିନ୍ନ ଦେଶ ପକ୍ଷରୁ ଉଦ୍ୟମ କରାଯାଉଛି। ଇତିମଧ୍ୟରେ ରୁଷିଆ-ଯୁକ୍ରେନ ଯୁଦ୍ଧକୁ ନେଇ ଫ୍ରାନ୍ସ ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ରୁଷିଆ ଓ ରୁଷିଆ ଲୋକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି। ଯଦି ରୁଷିଆ ‘ବିଶ୍ୱର ମହାନ ସ୍ଥାପତ୍ୟ’ର ଅଂଶ ନ ହୁଏ ତେବେ ‘ସ୍ଥାୟୀ ଶାନ୍ତି’ ବିଷୟରେ ଆଲୋଚନା କରିବା ଅସମ୍ଭବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ରାନ୍ସର ମନୋଭାବ ତିକ୍ତ ରହିଥିବା ବେଳେ ଏହାକୁ ନିନ୍ଦା କରୁଥିଲା। କିନ୍ତୁ ଏବେ ଫ୍ରାନ୍ସ ୟ୍ୟୁ-ଟର୍ନ ନେବା ସହ ରୁଷିଆ ବିରୋଧରେ ନରମଭାବ ଆପଣାଉଥିବା ଲାଗୁଛି।

Share