Categories: ଜାତୀୟ

ଜୀବନସାଥୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଛାଡପତ୍ରର କାରଣ ହୋଇପାରେ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୭।୨: ଦାମ୍ପତ୍ୟ ଜୀବନରେ ସୃଷ୍ଟି ହେଉଥିବା ଅଶାନ୍ତି ନେଇ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଜଣେ ଜୀବନସାଥୀଙ୍କ ବିରୋଧରେ ଅନ୍ୟ ଜଣେ ବାରମ୍ବାର ଅଭିଯୋଗ ଆଣିବା ଅବା ତାଙ୍କୁ ତିରସ୍କାର କରିବା ଅନୁଚିତ। ଏହାଦ୍ୱାରା ସମ୍ପୃକ୍ତ ଜୀବନସାଥୀଙ୍କ ମାନସମ୍ମାନ ଏବଂ ପ୍ରତିଷ୍ଠାରେ ଆଞ୍ଚ୍‌ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଏଭଳି ଘଟଣା ଛାଡପତ୍ରର କାରଣ ମଧ୍ୟ ସାଜି ପାରେ ବୋଲି କୋର୍ଟ କହିଛନ୍ତି। ଏହା ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ କ୍ଷେତ୍ରରେ ଲାଗୁ ହେବ। ଏକ ମାମଲାର ବିଚାର ସମୟରେ ସବୋର୍ଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏଭଳି କୁହାଯାଇଛି। ଜଣେ ସେନା ଅଧିକାରୀ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସ୍ତ୍ରୀ ସେନା ଅଧିକାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆଣୁଥିବାରୁ ପାରିବାରିକ ଜୀବନରେ ଝଡ଼ ଉଠିଥିଲା। ସେନା ଅଧିକାରୀ ଜଣଙ୍କ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ତାଙ୍କର ଛାଡପତ୍ର ଆବେଦନକୁ ଗ୍ରହଣ କରିଛନ୍ତି।

Share