Posted inଖେଳ

କ୍ୟାଚ୍ ଧରିବା ପରେ ବାଉଣ୍ଡାରି ଛୁଇଁଥିଲେ କି ସୁର୍ଯ୍ୟକୁମାର ଯାଦବ ? ନୂଆ ଭିଡିଓ ଦେଖି ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ,୩୦ା୬: ଟି୨୦ ବିଶ୍ୱକପ ୨୦୨୪ ଫାଇନାଲ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଇତିହାସରେ ସବୁଠାରୁ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ମ୍ୟାଚର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଯେତେବେଳେ ୩୦ ଟି ବଲରୁ ୩୦ ରନ୍ ଆବଶ୍ୟକ କରୁଥିବା ଦକ୍ଷିଣ ଆଫ୍ରିକା ବିଜୟ ଆଡକୁ ଅଗ୍ରସର ହେଉଥିବା ଦେଖାଯାଉଥିଲା।

କିନ୍ତୁ ଏହି ସମୟରେ ସୁର୍ଯ୍ୟକୁମାର ଯାଦବ ଏକ ଚମତ୍କାର କ୍ୟାଚ୍ ନେଇଥିଲେ ଏବଂ ମ୍ୟାଚକୁ ଭାରତ ସପକ୍ଷରେ ନେଇ ଆସିଥିଲେ। ଡେଭିଡ ମିଲରଙ୍କ ଏକ ଶଟରେ ସୁର୍ଯ୍ୟକୁମାର ଦୌଡ଼ି ଦୌଡ଼ି କ୍ୟାଚ୍ ଧରିଥିଲେ। ଯାହା ଭାରତ ପାଇଁ ଜିତିବାର ସୁଯୋଗ ବଢ଼ାଇ ଦେଇଥିଲା।

ଏହି କ୍ୟାଚ୍ ଏତେ ଦ୍ବନ୍ଦପୂର୍ଣ୍ଣ ଥିଲା ଯେ, ଏହା ଆଉଟ କି ଆଉଟ ନୁହେଁ ଜାଣିବା ପାଇଁ ଫିଲଡ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ସାହାଯ୍ୟ ନେଇଥିଲେ। ସୂର୍ୟ୍ୟକୁମାର ଏକ କ୍ୟାଚ୍ ଠିକ ଭାବେ ନେଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ଏକାଧିକ କୋଣରୁ ଦେଖିଥିଲେ। ପରେ ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ଭାରତୀୟ ଦଳ ସପକ୍ଷରେ ଗଲା ଏବଂ ଦକ୍ଷିଣ ଆଫ୍ରିକା ପରାଜୟ ଆଡକୁ ଅଗ୍ରସର ହୋଇଥିଲା।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଜା ଭିଡିଓ ବିବାଦ ଆରମ୍ଭ କରିଛି। ଏହା ଏକ କ୍ୟାଚ ନୁହେଁ ଏବଂ ଦକ୍ଷିଣ ଆଫ୍ରିକାକୁ ୬ ରନ୍ ପୁରସ୍କୃତ କରାଯିବା ଉଚିତ ବୋଲି ଦାବି କରିଛନ୍ତି।

ସୁର୍ଯ୍ୟକୁମାରଙ୍କ ଏହି କ୍ୟାଚକୁ ନେଇ ଭାରତର ଫିଲ୍ଡିଂ କୋଚ୍ ଟି ଦିଲୀପ କହିଛନ୍ତି, ”ସେ ଅଭ୍ୟାସ ସମୟରେ ମଧ୍ୟ ସେପରି ୫୦ ଟି କ୍ୟାଚ୍ ନେଇଥାନ୍ତି…।”

ତିବ ମିଲରଙ୍କ ହିଟ୍ ଯଦି ଟିକିଏ ଶକ୍ତିଶାଳୀ ହୋଇଥାନ୍ତା, ଏହା ଆରାମରେ ସୀମା ଅତିକ୍ରମ କରିଥାନ୍ତା ଏବଂ ମ୍ୟାଚର ଫଳାଫଳ କିଛି ଅଲଗା ହୋଇଥାନ୍ତା। କିନ୍ତୁ ଏହା କ୍ୟାଚ ହେବାରୁ ଭାରତ ମାତ୍ର ୭ ରନରେ ବିଜୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେରାଇନ ଡ୍ରାଇଭ ହେଲା ଜନ ସମୁଦ୍ର ପ୍ରଶଂସକ କହିଲେ, ରୋହିତ ଶର୍ମା ଡାକିଲେ, ଆଉ ଆମେ ଆସିଗଲୁ…

ମୁମ୍ବାଇ,୪।୭: ‘ଆମେ ଆପଣଙ୍କ ସହିତ ଏହି ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁଛୁ, ତେଣୁ ମେରାଇନ ଡ୍ରାଇଭକୁ ଆସନ୍ତୁ …’। ବିଶ୍ୱ ବିଜୟ ପରେ ଟିମ ଇଣ୍ଡିଆର...

ଟିମ ଇଣ୍ଡିଆକୁ ମିଳିଲା ଏମିତି ସମ୍ମାନ, ଯାହା କେବେ କୌଣସି ପ୍ରଧାନମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀଙ୍କୁ ମିଳିନାହିଁ

ନୂଆଦିଲ୍ଲୀ,୪।୭: ଟି -୨୦ କ୍ରିକେଟ ବିଶ୍ୱକପ ଜିତିବା ପରେ ସ୍ବଦେଶ ଫେରିଥିବା ଟିମ ଇଣ୍ଡିଆକୁ ଦେଶରେ ଏକ ବଡ଼ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଉଛି। ମୁମ୍ବାଇ ବିମାନବନ୍ଦରରେ...

ବିଶ୍ୱ ବିଜୟୀ ଦଳକୁ ସ୍ବାଗତ କରିବା ପାଇଁ ମୁମ୍ବାଇରେ ଜନସମୁଦ୍ର

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଭାରତୀୟ ଦଳ ଦିଲ୍ଲୀରୁ ବାହାରି ମୁମ୍ବାଇରେ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୫.୨୮ ସମୟରେ ଭାରତୀୟ ଦଳର ବିମାନ...

ବିବାହ ବାର୍ଷିକୀରେ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଧୋନି

ନୂଆଦିୀ,୪।୭: ଦେଶକୁ ପ୍ରଥମ ଟି -୨୦ ବିଶ୍ୱକପ ଦେଇଥିବା କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସବୁବେଳେ ଖବରରେ ରହିଥାନ୍ତି। ସେ ଖେଳନ୍ତୁ ଅବା ନ ଖେଳନ୍ତୁ,...

ମୋଦିଙ୍କ କୋଳରେ ଅଙ୍ଗଦ ବୁମରା, ଜସପ୍ରୀତଙ୍କ ପୁଅଙ୍କ ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିିଥିଲେ। ହୋଟେଲରେ ବିଶ୍ରାମ ନେବା ପରେ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଯାଇଥିଲେ। ଭାରତର ତାରକା...

ମୋଦିଙ୍କୁ ବଡ଼ ଉପହାର ଦେଲେ ଜୟ ଶାହା: ଏଥିରେ ଲେଖାଅଛି…

ନୂଆଦିଲ୍ଲୀ,୪।୭: ବାର୍ବାଡୋସ୍‌ରୁ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତ ଫେରିଥିବା ଟିମ ଇଣ୍ଡିଆ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛି। ଏହି ସମୟରେ ତାଙ୍କୁ ଟିମ...

ରୋହିତ ଶର୍ମାଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…

ନୂଆଦିଲ୍ଲୀ,୪ା୭: ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିଛି। ଟିମ୍‌ ଇଣ୍ଡିଆ ଗୁରୁବାର ବାର୍ବାଡୋସ୍‌ରୁ ଘରକୁ ଫେରିଛି।...

ଟିମ୍ ଇଣ୍ଡିଆ ପାଇଁ ହଇରାଣ ହେଲେ ସାଧାରଣ ଲୋକେ; ରିପୋର୍ଟ ମାଗିଲା ଡିଜିସିଏ

ନୂଆଦିଲ୍ଲୀ,୪।୭: ଟି୨୦ ବିଶ୍ୱକପ ଜିତିବା ପରେ ବାରବାଡୋସରେ ବାତ୍ୟା ଆସିବା କରଣରୁ ଭାରତୀୟ ଟିମ୍ ସେଠାରେ ତିନିଦିନ ପାଇଁ ଫସି ରହିଥିଲେ। ଏୟାର ଇଣ୍ଡିଆର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri