Categories: ବାଣିଜ୍ୟ

ଶେୟାର ବଜାରରେ ଉତ୍ସାହ: ୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ, ନୂଆ ଉଚ୍ଚତାକୁ ଛୁଇଁଲା ନିଫ୍ଟି

ମୁମ୍ବାଇ, ୧ ୨।୧: ଆଇଟି ଶେୟାର ବୃଦ୍ଧି ସହିତ ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା ଏବଂ ଆଶାଠାରୁ ଆମେରିକାର ମୁଦ୍ରାସ୍ପିତି ଉଚ୍ଚ ରହିବା ଫଳରେ ନିବେଶକମାନେ ନିରୁତ୍ସାହ ରହିଛନ୍ତି। ଏହାରି ମଧ୍ୟରେ ନିଫ୍ଟି ୫୦ ୦.୮% ବୃଦ୍ଧି ସହିତ ନୂତନ ଉଚ୍ଚତାକୁ ଛୁଇଁ ୨୧,୮୪୮ ପଏଣ୍ଟରେ ପହଞ୍ଚିଛି। ଅନ୍ୟପରେ ସେନସେକ୍ସ ୦.୯% ବୃଦ୍ଧି ସହିତ ୭୨,୪୦୦ ପଏଣ୍ଟରେ ପହଞ୍ଚିଛି।

ସେନସେକ୍ସରେ ଇନଫୋସିସ୍ ଏବଂ ଟିସିଏସ୍ ଯଥାକ୍ରମେ ୭% ଏବଂ ୪% ବୃଦ୍ଧି ପାଇ ଶୀର୍ଷ ଲାଭକାରୀ ରହିଚାହଁନ୍ତି। ୱିପ୍ରୋ, ଟେକ୍ ମହିନ୍ଦ୍ରା, ଏଚସିଏଲ ଟେକ୍ ଏବଂ ଅଲଟ୍ରା ଟେକ୍ ସିମେଣ୍ଟ ମଧ୍ୟ ୨-୩% ବୃଦ୍ଧି ସହିତ କାରବାର ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ଏମ୍ ଆଣ୍ଡ ଏମ୍, ଏସିଆନ ପେଣ୍ଟସ୍, ଭାରତ ଏୟାରଟେଲ୍, ଏଚୟୁଏଲ ଏବଂ ପାୱାର୍ ଗ୍ରୀଡ୍ ଶେୟାର ହ୍ରାସ ପାଇଛି।

Share