Categories: ଜାତୀୟ

ଓ୍ବାଜୁଖାନା ସିଲ୍‌ ପରେ କଡ଼ା ସୁରକ୍ଷାରେ ହେଲା ନମାଜ ପାଠ

ବାରାଣସୀ,୨୧।୫: ଜ୍ଞାନବାପି ମସ୍‌ଜିଦ ସର୍ଭେ ରିପୋର୍ଟରେ ସେଠାରେ ହିନ୍ଦୁ ଦେବଦେବୀଙ୍କ ଭଗ୍ନାବଶେଷ, ତ୍ରିଶୂଳ ଓ ସ୍ବସ୍ତିକ ଚିହ୍ନ ରହିଥିବା ଜଣାପଡ଼ିବା ପରେ ବିବାଦ ବଢ଼ିଛି। ଫଳରେ କଡ଼ା ସୁରକ୍ଷା ମଧ୍ୟରେ ସେଠାରେ ନମାଜ ପାଠ କରାଯାଇଛି। ନମାଜକୁ ଦୃଷ୍ଟିରେ ରଖି କାଶୀ ବିଶ୍ୱନାଥ ମନ୍ଦିରର ୪ ନମ୍ବର ଗେଟ୍‌ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଓ୍ବାଜୁଖାନା ସିଲ୍‌ ହୋଇଥିବାରୁ ନମାଜ ପାଠ ଲାଗି ବହୁସଂଖ୍ୟାରେ ଭକ୍ତଙ୍କୁ ନ ଆସିବା ଲାଗି ପୂର୍ବରୁ ଅଞ୍ଜୁମନ ଇନ୍ତାଜାମିୟା ମସ୍‌ଜିଦ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଅପିଲ କରାଯାଇଥିଲା। ମସ୍‌ଜିଦ ପରିସରରୁ ଶିବଲିଙ୍ଗ ମିଳିବା ଏବଂ ପଶ୍ଚିମ ପାର୍ଶ୍ୱ କାନ୍ଥରେ ଦେବଦେବୀଙ୍କ ମୂର୍ତ୍ତି ଥିବାରୁ ହିନ୍ଦୁ ଭକ୍ତମାନେ ସେଠାରେ ପୂଜାର୍ଚ୍ଚନା ଲାଗି କୋର୍ଟଙ୍କ ଅନୁମତି ମାଗିଥିଲେ। ଫଳରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶିବଲିଙ୍ଗ ମିଳିଥିବା ସ୍ଥାନ ଓ୍ବାଜୁଖାନାକୁ ସିଲ୍‌ କରିଦିଆଯାଇଛି। ବହୁସଂଖ୍ୟାରେ ମୁସଲମାନ ଭକ୍ତ ନମାଜପାଠ ପାଇଁ ପହଞ୍ଚତ୍ଥିଲେ। ଅଧିକାଂଶ ଭକ୍ତଙ୍କୁ ଫେରାଇ ଦିଆଯାଇଥିଲା ଓ ଅନ୍ୟମାନଙ୍କୁ ଶାନ୍ତିଶୃଙ୍ଖଳାର ସହ ନମାଜ ପାଠ କରିବାକୁ ଅନୁମତି ଦିଆଯାଇଥିଲା ବୋଲି କମିଟି ସଚିବ ଏମ୍‌.ଏସ୍‌. ଯାସିନ କହିଛନ୍ତି।

Share