ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ

ଖପ୍ରାଖୋଲ,୨୧।୩: ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଧୀନ ପୁଟୁଳାମହୁଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସାଙ୍ଗଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ସାଙ୍ଗ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମୃତକ ହେଲେ ବନ୍ଦେଇପଦର ଗାଁର ସୁଶୀଲ ସାହୁ। ଅନ୍ୟପକ୍ଷେ ହତ୍ୟାକାଣ୍ଡ ଭିଆଇ ଅଭିଯୁକ୍ତ ଫେରାର୍‌ ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ସୁଶୀଲ ସାହୁ ଗୁରୁବାର ପୁଟୁଳାମହୁଲ ଗାଁକୁ ଯାଇଥିଲେ। ସେତିକିବେଳେ ଗାଁର ପିଣ୍ଟୁ ସାହୁଙ୍କ ସହ ବସି ମଦ୍ୟପାନ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପିଣ୍ଟୁ ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ସୁଶୀଲଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଆକ୍ରମଣ ବେଳେ ଅନ୍ୟଜଣେ ଯୁବକ ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ସୂଚନା ଯୋଗ୍ୟ, ପିଣ୍ଟୁ ଏବଂ ସୁଶୀଲ ଉଭୟ ଭଲ ସାଙ୍ଗ ଥିଲେ। ଘଟଣା ପରେ ଅଭିଯୁକ୍ତ ପିଣ୍ଟୁ ଫେରାର ଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ ଅଭିଯୁକ୍ତକୁ ଧରିବା ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୁକ୍ତଙ୍କୁ ନେଇ ସିନ୍‌ ରିକ୍ରିଏଶନ କଲା ପୋଲିସ,ବଳାତ୍କାରର ଡେମୋ ଦେଖାଇଲେ…

ସୋରଡା,୨୫ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଗାଜଲବାଡି ଖଜୁରିପଲି ଗ୍ରାମ ନିକଟ କୋଟାମଣି ପାହାଡ ତଳ ଜଙ୍ଗଲରୁ ଗତ ଶନିବାର ନର କଙ୍କାଳ ଓ ଖପୁରି...

ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା ଉଦ୍‌ଯାପିତ

ଗଞ୍ଜାମ, ୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର, କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ...

ଦିଗପହଣ୍ଡିରେ ଦଣ୍ଡନାଚର ଶୁଭାରମ୍ଭ, ମନସ୍କାମନା ପୂରଣ ଲାଗି…

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମଙ୍ଗଳବାର ଠାରୁ ମା ’ ଦଣ୍ଡକାଳୀଙ୍କ ୨୧ ଦିନବ୍ୟାପୀ ଦଣ୍ଡଯାତ୍ରାର ଶୁଭାରମ୍ଭ ହୋଇଛି। ମାନସିକ ଧାରୀ...

ଟିକାବାଲି ଅଞ୍ଚଳରେ ଚାଞ୍ଚଲ୍ୟ, ବିଲ ଭିତରେ ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର

ଫୁଲବାଣୀ, ୨୫।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ହତ୍ୟାକାରୀ ତାଙ୍କ ମୁଣ୍ଡ କାଟି ନେଇ ପଳେଇଛନ୍ତି।...

ବାପା ଲଗାଇଲେ ନିଆଁ, ୧୧ମାସର ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ,୨୫।୩(ରତନ ନାୟାର): ଜିଲା ବାଲିମୀ ଥାନା ବାରସିଙ୍ଗା ଗ୍ରାମ ମୁଣ୍ଡାସାହିରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି...

ସ୍ତ୍ରୀ ଓ ଝିଅଙ୍କୁ ଅସଦାଚରଣ; ସ୍ବାମୀ ଓ ପୁଅଙ୍କ ନାଁ ରେ ମକଦ୍ଦମା

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନ ଏକ ଗାଁରେ ସ୍ତ୍ରୀ ଓ ବିଧବା ଝିଅଙ୍କୁ ଆପତ୍ତିଜନକ ଭାଷାରେ ଗାଳି ଗୁଲଜ କରାଯିବା...

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କ ଗଞ୍ଜାମ ଗସ୍ତ : ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ଛତ୍ରପୁର, ୨୫।୩(ଦିଲ୍ଲୀପ ସାମଲ): ଜିଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ...

ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଛତ୍ରପୁର, ୨୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲା ଅଧିନ ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲା ରେ ଅଭିଯୁକ୍ତ କୋର୍ଟ ଦ୍ୱାରା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image