ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଶତମୁଖ ଡୋନାଲ୍ଡ ଟ୍ରମ୍ପ: କହିଲେ-‘ମୋର ବନ୍ଧୁ, ସୁନ୍ଦର ମଣିଷ’

ନୂଆଦିଲ୍ଲୀ,୯ା୧୦: ଯୁକ୍ତରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ତାଙ୍କର ‘ବନ୍ଧୁ’ ଏବଂ ‘ସବୁଠାରୁ ସୁନ୍ଦର ମଣିଷ’ ବୋଲି କହିଛନ୍ତି।

ଫ୍ଲାଗାଣ୍ଟ ପୋଡକାଷ୍ଟରେ ବିଶ୍ୱର ନେତାଙ୍କ ମୂଲ୍ୟାଙ୍କନ କରି ଟ୍ରମ୍ପ କହିଛନ୍ତି, “ମୋଦି (ଭାରତ), ସେ ମୋର ଜଣେ ବନ୍ଧୁ ଏବଂ ସବୁଠାରୁ ସୁନ୍ଦର ମଣିଷ। ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହେବା ପୂର୍ବରୁ ଭାରତ ବହୁତ ଅସ୍ଥିର ଥିଲା। ବାହାରେ, ସେ ଦେଖାଯାଉଛନ୍ତି ଯେ, ସେ ତୁମର ପିତା, ସେ ସବୁଠାରୁ ସୁନ୍ଦର ଏବଂ ଭଲ ମଣିଷ।

ଏହି ସମୟରେ ସେ, ୨୦୧୯ ରେ ଟେକ୍ସାସରେ ଆୟୋଜିତ ଆଇକନିକ୍ “ହାଓଡି, ମୋଦି” କାର୍ଯ୍ୟକ୍ରମକୁ ମଧ୍ୟ ମନେ ପକାଇଥିଲେ ଯେତେବେଳେ ମୋଦି ହ୍ୟୁଷ୍ଟନ୍ ସହରର ଏନଆରଜି ଷ୍ଟାଡିୟମରେ ଭାରତୀୟ-ଆମେରିକୀୟମାନଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ।

ଟେକ୍ସାସର ହ୍ୟୁଷ୍ଟନରେ ହାଓଡି ମୋଦି ନାମକ ଏକ କାର୍ଯ୍ୟକ୍ରମ କରିଥିଲେ। ଏହା ବହୁତ ସୁନ୍ଦର ଥିଲା। ଯାହା ପ୍ରାୟ ୮୦,୦୦୦ ଲୋକଙ୍କ ସମାବେଶ ଥିଲା। ସେଠାରେ ଆମେ ଦୁହେଁ କିଛି ବାଟ ଚାଲିଥିଲୁ। ଆଜି ବୋଧହୁଏ ମୁଁ ସେପରି କିଛି କରି ପାରିବି ନାହିଁ ବୋଲି ସେ କହିଛନ୍ତି।

ତେବେ ସିଧାସଳଖ ପାକିସ୍ତାନର ନାମକରଣ ନକରି ଟ୍ରମ୍ପ କହିଛନ୍ତି, “ଦୁଇଥର କେହି ଜଣେ ଭାରତକୁ ଧମକ ଦେଉଥିଲେ ଏବଂ ମୁଁ ମୋଦିଙ୍କୁ କହିଥିଲି, ମୋତେ ସାହାଯ୍ୟ କରିବାକୁ ଦିଅନ୍ତୁ କାରଣ ମୁଁ ଏଥିରେ ବହୁତ ଭଲ ଅଟେ। ଯାହାର ଜବାବରେ ମୋଦି ବହୁତ ଅକରାତ୍ମକ ଭାବେ କହିଥିଲେ ‘ମୁଁ ଏହାକୁ ସମ୍ଭାଳି ନେବି। ଆମେ ଶହ ଶହ ବର୍ଷ ଧରି ସେମାନଙ୍କୁ ପରାସ୍ତ କରିଛୁ।

ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ସେ ସମୟରେ ଘନିଷ୍ଠ ସମ୍ପର୍କ ଥିଲା। ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି କହୁଥିବାବେଳେ ଟ୍ରମ୍ପ ମୋଦୀଙ୍କ ନେତୃତ୍ୱ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରି ସମାନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୁଜୁରାଟର ଅହମ୍ମଦାବାଦରେ ଆୟୋଜିତ “ନମସ୍ତେ ଟ୍ରମ୍ପ” କାର୍ଯ୍ୟକ୍ରମ ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ, ଯାହା ଦେଶ ବାହାରେ ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ପରିଚାଳିତ ସର୍ବ ବୃହତ ସମାବେଶରେ ପରିଣତ ହୋଇଥିଲା।

ନିକଟରେ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଚମତ୍କାର ବ୍ୟକ୍ତି’ ବୋଲି କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବ ବୋଲି ଆଲୋଚନା ହେଉଥିଲା, କିନ୍ତୁ ସେପରି କିଛି ହୋଇ ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରସାୟନ ବିଜ୍ଞାନରେ ଡେଭିଡ ବେକର, ଡେମିସ ହାସାବିସ୍ ଏବଂ ଜନ୍ ଜମ୍ପର୍ଙ୍କୁ ମିଳିବ ନୋବେଲ୍

ନୂଆଦିଲ୍ଲୀ,୯ା୧୦: ଆମେରିକାର ବୈଜ୍ଞାନିକ ଡେଭିଡ ବେକର ଏବଂ ଜନ୍ ଜମ୍ପର ଏବଂ ବ୍ରିଟେନର ଡେମିସ୍ ହାସାବିସଙ୍କୁ ରସାୟନ ବିଜ୍ଞାନରେ ୨୦୨୪ ନୋବେଲ ପୁରସ୍କାର ମିଳିବ। ପ୍ରୋଟିନର...

ଶ୍ରୀଲଙ୍କାରେ ଚାଇନାର ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ,୯ା୧୦: ଚାଇନାର ଏକ ସାମରିକ ପ୍ରଶିକ୍ଷଣ ଜାହାଜ ଶ୍ରୀଲଙ୍କାର କଲମ୍ବୋ ବନ୍ଦରରେ ପହଞ୍ଚିଛି। ଏଥିପାଇଁ ଶ୍ରୀଲଙ୍କାର ନୂଆ ସରକାର ଦେଇଥିବା ଅନୁମତିକୁ ଏହାର ବହିର୍ବ୍ୟାପାର ମନ୍ତ୍ରୀ...

ପଦାର୍ଥ ବିଜ୍ଞାନରେ ନୋବେଲ ଜିତିଲେ ଜନ୍ ହୋପଫିଲଡ ଓ ଜିଓଫ୍ରେ ହିଣ୍ଟନ

ନୂଆଦିଲ୍ଲୀ,୮।୧୦: ଆମେରିକୀୟ ବୈଜ୍ଞାନିକ ଜନ୍ ହୋପଫିଲ୍ଡ ଏବଂ ବ୍ରିଟେନ-କାନାଡିୟ ବୈଜ୍ଞାନିକ ଜିଓଫ୍ରେ ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି। ଏହି ଦୁଇ ବୈଜ୍ଞାନିକ ମେଶିନ୍...

ପାକିସ୍ତାନ ଯାଇ ଭାରତକୁ କାହିଁକି ପ୍ରଶଂସା କଲେ ଜାକିର ନାୟକ

ଇସଲାମାବାଦ,୮।୧୦: ଭାରତ ବିରୋଧରେ ବିଷ ଓଗାଳୁ ଥିବା ଜାକିର ନାୟକ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛନ୍ତି। ସେ ୨୮ଅକ୍ଟୋବର ପର୍ଯ୍ୟନ୍ତ ପାକିସ୍ତାନରେ ରହିବାକୁ ଯାଉଛନ୍ତି। ତେବେ...

୩ ଦଶନ୍ଧିରେ ନଦୀଗୁଡ଼ିକ ପାଇଁ ୨୦୨୩ ସବୁଠୁ ଶୁଷ୍କ ବର୍ଷ

ଜେନେଭା, ୮।୧୦: ନିକଟରେ ବିଶ୍ୱବ୍ୟାପୀ ଦେଖାଦେଇଥିବା ଜଳ ସଙ୍କଟର ଏକ ଚିନ୍ତାଜନକ ବିଷୟକୁ ବିଶ୍ୱ ପାଣିପାଗ ସଙ୍ଗଠନ(ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ସୋମବାର ଜାରି ହୋଇଥିବା ‘ଷ୍ଟେଟ ଅଫ୍‌ ଗ୍ଲୋବାଲ...

ବର୍ଷକରେ ଧ୍ୱଂସସ୍ତୂପ ପାଲଟିଛି ଗାଜା

ତେଲ୍‌ ଆଭିଭ୍‌/ଗାଜା ଷ୍ଟ୍ରିପ୍‌,୮ା୧୦: ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ସୋମବାର ବର୍ଷେ ପୂରିଛି। ଇସ୍ରାଏଲ୍‌ର ଆକ୍ରମଣରେ ଗାଜା ବର୍ଷକ ମଧ୍ୟରେ ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ସାଟେଲାଇଟ୍‌ ଫଟୋରୁ ଦେଖିବାକୁ...

ଇସ୍ରାଏଲ ଉପରେ ୧୩୫ ଘାତକ ମିସାଇଲ ମାଡ କଲା ହେଜବୁଲ୍ଲା

ନୂଆଦିଲ୍ଲୀ,୭।୧୦: ସୋମବାର ଇସ୍ରାଏଲ ଉପରେ ଘାତକ ଆକ୍ରମଣ କରିଛି ହେଜବୁଲ୍ଲା। ଗତ ଏକ ସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ବୃହତ୍ତ ଆକ୍ରମଣ। ଏଥର ଲେବାନାନର...

ଚିକିତ୍ସାରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିବ ପୁରସ୍କାର

ଷ୍ଟକଲାଣ୍ଡ,୭।୧୦: ୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇଛି। ଏହା ଅଧୀନରେ ଆଜି ଫିଜିଓଲୋଜି କିମ୍ବା ମେଡିସିନ କ୍ଷେତ୍ର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri