Categories: ଜାତୀୟ

ପଡ଼ୋଶୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ: ମୋଦି-ରାଜପାକ୍ସେ ଭର୍ଚୁଆଲ ବୈଠକ

ନୂଆଦିଲ୍ଲୀ, ୨୬।୯: ଏଲ୍‌ଏସିରେ ଚାଇନା ସହିତ ସୀମା ବିବାଦ ବଢ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଡ଼ୋଶୀ ଦେଶଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ଲାଗି ଉଦ୍ୟମ କରିବା ଆରମ୍ଭ କରିଛନ୍ତି। ଏହି ମର୍ମରେ ମୋଦି ଶନିବାର ଶ୍ରୀଲଙ୍କା ପ୍ରତିପକ୍ଷ ମହିନ୍ଦ୍ରା ରାଜପାକ୍ସେଙ୍କ ସହିତ ଭର୍ଚୁଆଲ୍‌ ବୈଠକରେ ଯୋଗଦେଇଛନ୍ତି। ମୋଦି ରାଜପାକ୍ସେଙ୍କ ଦଳ କ୍ଷମତାକୁ ଆସିଥିବାରୁ ଏହାକୁ ସ୍ବାଗତ କରିଛନ୍ତି। କରୋନା ମହାମାରୀ ସଙ୍କଟ ସମୟରେ ଶ୍ରୀଲଙ୍କା ପକ୍ଷରୁ ମିଳିଥିବା ସହାୟତାକୁ ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ମୋଦି ଏବଂ ରାଜପାକ୍ସେଙ୍କ ମଧ୍ୟରେ ଆଲୋଚନା ହୋଇଛି। ଭାରତ ସରକାର ସାଗର ଡକ୍ଟ୍ରାଇନ୍‌ ଅର୍ନ୍ତଗତ ଶ୍ରୀଲଙ୍କା ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ଦେଉଥିବା ଏହି ଅବସରରେ ମୋଦି କହିଛନ୍ତି। ଦୁଇଦେଶର ବହିର୍ବ୍ୟାପାର ନୀତି ଆଗାମୀ ଦିନରେ ବନ୍ଧୁତା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମୋଦି ଏବଂ ରାଜପାକ୍ସେ ମତପୋଷଣ କରିଛନ୍ତି।

Share