Categories: ଜାତୀୟ

ବନ୍ଧୁଙ୍କ ଗଳାକାଟି ରକ୍ତ ପିଇଲେ

ବେଙ୍ଗାଲୁରୁ, ୨୭।୬: କର୍ନାଟକ ଚିକାବାଲାପୁରରେ ଜଣେ ଯୁବକ ତାଙ୍କ ବନ୍ଧୁଙ୍କ ଗଳା କାଟି ରକ୍ତ ପିଇଥିବା ଘଟଣା ସାମ୍ନାକୁ ଆସିଛି। ବିଜୟଙ୍କ ସ୍ତ୍ରୀ ସହ ବନ୍ଧୁ ମରେଶଙ୍କ ଅନୈତିକ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରୁଥିଲେ। ମରେଶଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଗତ ୧୯ ତାରିଖରେ ବିଜୟ ତାଙ୍କୁ ଦେଖା କରିବାକୁ ବାହାନା କରି ଡାକିଥିଲେ। ଦେଖା ହେବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବିଜୟ ରାଗିଯାଇ ଏକ ଧାରୁଆ ଅସ୍ତ୍ରରେ ମରେଶଙ୍କ ବେକ କାଟି ରକ୍ତ ପିଇଥିଲେ। ଆହତ ଅବସ୍ଥାରେ ମରେଶଙ୍କୁ ଡାକ୍ତରଖାନା ନିଆଯାଇଥିବାବେଳେ ସେ ଏବେ ସୁସ୍ଥ ଥିବା କୁହାଯାଉଛି। ତେବେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବା ପରେ ପୋଲିସ ବିଜୟଙ୍କୁ ଗିରଫ କରିଛି। ହତ୍ୟା ଉଦ୍ୟମ ଅଭିଯୋଗରେ ବିଜୟଙ୍କ ବିରୋଧରେ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି ପୋଲିସ।

Share