‘ସାଙ୍ଗମାନେ କେବେବି ଅନଲାଇନ୍‌ ଗେମ ଖେଳିବନି’, ଶେଷ ମେସେଜ୍‌ ଦେଇ ଜୀବନ ହାରିଲେ ଯୁବକ

ବାଲେଶ୍ୱର(ବାଞ୍ଛାନିଧି ଦେ)/ରେମୁଣା (ରବୀନ୍ଦ୍ର ମହାକୁଡ଼), ୧୮।୮: ସାଙ୍ଗମାନେ କେବେବି ଗେମ ଖେଳିବନି, ଜମା ବି ସେ ଭୁଲ୍‌ କରିବନି। ମୁଁ ଜାଣି ନ ଥିଲି ଗେମ ଖେଳି ଚକ୍ରବ୍ୟୁହରେ ପଡ଼ିଯିବି ବୋଲି। ଗେମ ହେଉଛି ମାୟାବିନୀ। ଟିକେ ଟିକେ ଖୁସି ଦେଇ ଜୀବନଟାକୁ ଅନ୍ଧାର ଭିତରକୁ ଟାଣି ନେବ। ପ୍ଲିଜ ମୋ କଥା ରଖିବ। କେବେ ବି ଅନଲାଇନ୍‌ ଗେମ ଖେଳିବନି। ଆଜି ମୁଁ ବଞ୍ଚତ୍ବି କି ନାହିଁ ଜାଣେନି। ମୋବାଇଲରେ ଏମିତି ଏକ ମେସେଜ ଲେଖି ଜୀବନ ହରାଇ ଦେଇଛନ୍ତି ଜଣେ ଯୁବକ। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ରେମୁଣା ଥାନା ଅଧୀନ ସହାଜିପାଟଣା ଗ୍ରାମରେ।
ଏହି ଗ୍ରାମର ଶରତ ନାଏକଙ୍କ ପୁଅ ଗୌତମ (୨୬) ଏକ ପାନ ମସଲା ଘରୋଇ କମ୍ପାନୀର ବାଲେଶ୍ୱରରେ କାମ କରୁଥିଲେ। ଦୀର୍ଘଦିନ ଧରି ସେ ମୋବାଇଲରେ ଅନଲାଇନ୍‌ ଯୋଗେ ଗେମ୍‌ ଖେଳୁଥିଲେ। ସେଥିରୁ କିଛି ଟଙ୍କା ଜିତିବା ପରେ ଗେମ୍‌ ଖେଳିବା ନିଶା ବଢ଼ି ଯାଇଥିଲା। ହେଲେ ଯେତିକି ଟଙ୍କା ଜିତୁଥିଲେ ତା’ ଠାରୁ ଅଧିକ ଟଙ୍କା ହରାଉଥିଲେ। ଏମିତିକି ଧାର ଉଧାର କରି ଲକ୍ଷାଧିକ ଟଙ୍କା ସେ ପୂର୍ବରୁ ହରାଇ ଦେଇଥିଲେ। ଆଉ ଉକ୍ତ ଟଙ୍କାକୁ ପରିବାର ଲୋକଙ୍କୁ ଶୁଝିବାକୁ ପଡ଼ିଥିଲା। ଆଉ ଗେମ୍‌ ନ ଖେଳିବା ପାଇଁ ପରିବାର ଲୋକେ ତାଗିଦ୍‌ କରିଥିଲେ। ତଥାପି ଅନଲାଇନ୍‌ ଗେମ ନିଶାରୁ ସେ ମୁକୁଳି ପାରି ନ ଥିଲେ। ପୁଣି ଲକ୍ଷାଧିକ ଟଙ୍କା ହରାଇ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଶୁକ୍ରବାର ରାତିରେ ନିଜ ସାଙ୍ଗସାଥୀଙ୍କ ସହ ଉପରୋକ୍ତ ମେସେଜ୍‌କୁ ମୋବାଇଲ ଯୋଗେ ସେୟାର କରିଥିଲେ। ହାଜିପାଟଣା ଗାଁ ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ସମୟରେ ବେକରେ ଏକ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲେ। ଶନିବାର ସକାଳେ ତାଙ୍କ ମା’ ଘଟଣା ସମ୍ପର୍କରେ ଜାଣିବା ପରେ ସମସ୍ତଙ୍କୁ ଜଣାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ରେମୁଣା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ରେମୁଣା ଥାନା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ. ୩୪/୨୪) ରୁଜୁ ହୋଇ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିପ୍ରବଳ ବର୍ଷା ଆଶଙ୍କା: ୪ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୬ା୧୦:ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ...

ପୁଣି ଆସିପାରେ ଆଉ ଏକ ବାତ୍ୟା: ଏହି ଦିନ ହେବ…

ଭୁବନେଶ୍ୱର,୨୬ା୧୦(ଅନିଲ ଦାସ):ବାତ୍ୟା ‘ଦାନା’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି। ଏହାର ବେଗ ଅଧିକ ନ ଥିବାରୁ ଓଡ଼ିଶା ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ତେବେ ରାଜ୍ୟ ଉପରୁ...

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri