ପ୍ରେମ ନୁହେଁ ବନ୍ଧୁତା

ସୈଫ ତନୟା ସାରାଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ହେଲେ କ’ଣ ପାଇଁ ଜାଣନ୍ତି ? ସେ କୁଆଡେ ଏବେ ପ୍ରେମରେ ପଡିଯାଇଛନ୍ତି। ହେଲେ ଯେତେବେଳେ ଏହି କଥା ତାଙ୍କ କାନରେ ବାଜିଲା ସେ ଆଉ ଚୁପ୍‌ ହୋଇ ବସି ରହିପାରିଲେ ନାହିଁ। ଶେଷରେ ବାଧ୍ୟ ହୋଇ ନୀରବତା ଭାଙ୍ଗିଛନ୍ତି ସାରା ଅଲ୍ଳୀ ଖଁା। ଏପରି ଆଲୋଚନାକୁ ନେଇ ସେ କହନ୍ତି, ‘ମୋତେ ନେଇ ଯେଉଁ ଆଲୋଚନା ହେଉଛି ତା’ ପଛରେ ଆଦୌ ସତ୍ୟତା ନାହିଁ। ନିଶ୍ଚୟ ମୋତେ ବଦନାମ କରିବାକୁ କିଛି ବ୍ୟକ୍ତି ଏପରି ଅପପ୍ରଚାର ଚଳାଇଛନ୍ତି। ଯାହାଙ୍କ ସହ ମୋ ନାମକୁ ଯୋଡାଯାଉଛି ସେ ମୋର ପ୍ରେମିକ ନୁହନ୍ତି ମୋ ବନ୍ଧୁ। ନିକଟରେ ମୁଁ ସାଇନ୍‌ କରିଥିବା ନୂଆ ସିନେମାର ସେ ସହ-ପ୍ରଯୋଜକ ଅଛନ୍ତି। ଆଉ ତାଙ୍କ ସହିତ କେବଳ ମୋର ବନ୍ଧୁତା ରହିଛି। ଏହାକୁ ଅନ୍ୟ ଅର୍ଥରେ ଦେଖିବା ଆଦୌ ଠିକ୍‌ ନୁହେଁ। ଏବେ ମୋର ପ୍ରେମ କରିବାକୁ ସମୟ ନାହିଁ। କାରଣ ବର୍ତ୍ତମାନ ମୁଁ ନିଜ ଆକ୍ଟିଂ କ୍ୟାରିୟର ଉପରେ ଫୋକସ୍‌ କରୁଛି।’ ତେବେ ସାରାଙ୍କର ଏହି ପ୍ରେମ କାହାଣୀ ପଛରେ କି ସତ୍ୟତା ଅଛି ତାହା ତାଙ୍କୁ ହିଁ ଜଣା।

Share