ଦୁନିଆର ସବୁଠୁ ବିଷାକ୍ତ ବେଙ୍ଗ ବିଷୟରେ ଜାଣନ୍ତି କି? ଯଦି ନା ତେବେ ଏମିତି ଏକ ବେଙ୍ଗ ବିଷୟରେ କହିବୁ ଯେ କି ସବୁଠୁ ବିଷାକ୍ତ ଆଉ ଦାମୀ ମଧ୍ୟ। ଏହାର ବିଷ ଏକାବେଳକେ ୧୦ ଲୋକଙ୍କ ଜୀବନ ନେଇଥାଏ। ଏହି ପ୍ରଜାତିର ବେଙ୍ଗ ଅନ୍ତର୍ଜାତୀୟ କଳା ବଜାରରେ ୨୦୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୫୦୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ଜାଣନ୍ତୁ ଏହା ସମ୍ପର୍କରେ…
ଏହି ପ୍ରଜାତିର ବେଙ୍ଗର ନାମ ‘ପଏଜନ ଡାର୍ଟ ଫ୍ରଗ୍’। ଏହା ଲୁପ୍ତପ୍ରାୟ। ସାଧାରଣତଃ ବେଙ୍ଗମାନେ ଦେଖିବାକୁ ହଳଦିଆ କିମ୍ବା କଳା ରଙ୍ଗର ହୋଇଥାନ୍ତି। ମାତ୍ର ଏହି ବେଙ୍ଗ ବିଭିନ୍ନ ରଙ୍ଗର ହୋଇଥାନ୍ତି। ଏହାର ବିଷ ସବୁଠୁ ମାରାତ୍ମକ। ଏହାର ଲମ୍ବ ୧.୫ ସେଣ୍ଟିମିଟରରୁ ୬ ମିଟର ପର୍ଯ୍ୟନ୍ତ ହୋଇଥାଏ। ଓଜନ ୨୮ରୁ ୩୦ ଗ୍ରାମ। କିନ୍ତୁ ଏହା ଭିତରେ ଥିବା ବିଷ ୧୦ ଲୋକଙ୍କ ଜୀବନ ନେଇଯାଇଥାଏ। ଏପରି ବେଙ୍ଗ ବୋଲିବିୟା, କୋଷ୍ଟରିକା, ବ୍ରାଜିଲ, କଲମ୍ବିଆ, ଭେନ୍ଜୁଏଲା, ପେରୁ, ଗୁଆନା, ପାନାମା ଆଦି ଦେଶରେ ଦେଖିବାକୁ ମିଳେ। ଏହି ବେଙ୍ଗ ନିଜ ଅଣ୍ଡାର ଧ୍ୟାନ ରଖେ।