ସୋଲୋମନ ଦ୍ୱୀପର ଗ୍ରାମୀଣ ଅଞ୍ଚଳରେ ଏକ ବିଶାଳକାୟ ବେଙ୍ଗ ଦେଖିବାକୁ ମିଳିଛି। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ବେଙ୍ଗଟି ଏକ ମଣିଷ ଛୁଆ ଆକାରର। ହୋଇଆରା ନିବାସୀ ଜିମି ହ୍ୟୁଗୋଙ୍କ ଦ୍ୱାରା ଉଠାଯାଇଥିବା ଏହି ଫଟୋରେ ଏକ ବାଳକ ବେଙ୍ଗଟିକୁ ଧରିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ବେଙ୍ଗ ଭିନ୍ନ ପ୍ରଜାତିର। ଯାହାକି ବିଲୁପ୍ତ ପ୍ରାୟ।
କାଠ ମିଲ୍ର ମାଲିକ ହ୍ୟୁଗୋ କୁହନ୍ତି, ଏପ୍ରିଲରେ ଜଙ୍ଗଲୀ ବାର୍ହା ଶିକାର କରିବା ସମୟରେ ଏହି ବେଙ୍ଗ ମିଳିଥିଲା। ଏହା ପରେ ସେ ଫେସ୍ବୁକ୍ରେ ଏହି ବିଶାଳକାୟ ବେଙ୍ଗର ଫଟୋ ଶେୟାର କରିଥିଲେ। ସେ ଏଥିରେ କ୍ୟାପଶନ ଲେଖିଥିଲେ, ଏହାକୁ ବୁଶ୍ ଚିକେନ୍ କୁହାଯାଏ। ଏହି ଚିକେନ ଭାରି ସ୍ବାଦିଷ୍ଟ।
ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୮୦୦ରୁ ଅଧିକ ଲୋକ ଶେୟାର କରିସାରିଲେଣି। ଜଣେ ୟୁଜର ଲେଖିଛନ୍ତି, କମାଲ। ଆଉ ଜଣେ ୟୁଜର ଲେଖିଛନ୍ତି, ଏହା ସୋଲୋମନ ଦ୍ୱୀପର ସବୁଠୁ ବଡ଼ ପାଣି ବେଙ୍ଗ। ସେହିପରି ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।