ବେଙ୍ଗବେଙ୍ଗୁଲୀ ବାହାଘର, ଖୁସିରେ ନାଚିଲେ ଗାଁ ଲୋକେ…

ଜୟପୁର,୧୮।୭: ବର୍ଷାର କାମନା କରି ରାଜସ୍ଥାନରେ ବେଙ୍ଗବେଙ୍ଗୁଲୀ ବାହାଘର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ବାରାଂ ଜିଲାର ଅଟରୁ ଗାଁରେ ଏଭଳି ନିଆରା ବିବାହ ଉତ୍ସବ ପାଳିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ବର୍ଷା ହୋଇ ନାହିଁ। ଲୋକେ ପରମ୍ପରା ଅନୁସାରେ ଗୋବରରେ ବେଙ୍ଗବେଙ୍ଗୁଲୀ ତିଆରି କରି ସେମାନଙ୍କର ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଗାଁ ଲୋକେ ଖୁସିରେ ନାଚିବା ସହିତ ଭୋଜିଭାତର ଆୟୋଜନ କରିଥିଲେ। ଲଳିତା ଚୌଧୁରୀଙ୍କ ନେତୃତ୍ୱରେ ଗାଁର ମହିଳାମାନେ ମଙ୍ଗଳଗୀତ ଗାନ କରିବା ସହିତ ଗୋବରରେ ନିର୍ମିତ ହୋଇଥିବା ବେଙ୍ଗବେଙ୍ଗୁଲୀଙ୍କ ବିବାହ କରାଇଥିଲେ। ପରେ ଏକ ଥାଳିରେ ଗୋବର ବେଙ୍ଗବେଙ୍ଗୁଲୀଙ୍କୁ ରଖି ଏହାକୁ ମୁଣ୍ଡାଇ ଗାଁ ସାରା ପରିକ୍ରମା କରିଥିଲେ। ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳରେ ବର୍ଷା ଲାଗି ଏଭଳି ପରମ୍ପରା ବର୍ଷାଦିନେ ପାଳିତ ହୋଇଥାଏ।

Share