୧୮ରୁ ଏମ୍‌.ଫିଲ, ପିଏଚ୍‌.ଡି ପ୍ରଥମ ସେମିଷ୍ଟର ପରୀକ୍ଷା

କଟକ ଅଫିସ,୫।୬- ଆସନ୍ତା ୧୮ ତାରିଖରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଏମ୍‌.ଫିଲ ଓ ପିିଏଚ୍‌.ଡି ଛାତ୍ରୀଛାତ୍ରଙ୍କ ପ୍ରଥମ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ପାଇଁ ଆରମ୍ଭ ହୋଇଥିବା ଫର୍ମ ପୂରଣ ପ୍ରକ୍ରିୟା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ କମ୍ପ୍ୟୁଟେଶନାଲ ହ୍ୟୁମାନିଟିଜ ପ୍ରୋଗ୍ରାମ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟର ପରୀକ୍ଷା ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରୀଛାତ୍ରମାନେ ଏହି ପରୀକ୍ଷା ଦେବେ। ଏହି ପରୀକ୍ଷା ନିମନ୍ତେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ପ୍ରକ୍ରିୟା ଜାରି ରହିବ ା