Categories: ଖେଳ

ଧୋନୀଙ୍କ ନୂଆ ପଦକ୍ଷେପ

ବେଙ୍ଗାଲୁରୁ,୧୭।୫: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ ପାଇଁ ଏକ ଗ୍ଲୋବାଲ ସ୍କୁଲ ଆରମ୍ଭ କରିଚନ୍ତି କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ। ଏହି ବିଶ୍ୱସ୍ତରୀୟ ବିଦ୍ୟାଳୟର ପ୍ରଥମ ସେଶନ ଜୁନ୍‌ ୧ରୁ ଆରମ୍ଭ ହେବାକୁ ଯାଉଛି। ତେବେ ବିଦ୍ୟାଳୟର ନାମ ‘ଏମ୍‌ଏସ୍‌ ଧୋନୀ ଗ୍ଲୋବାଲ ସ୍କୁଲ’ ରଖାଯାଇଛି। ପିଲାମାନଙ୍କୁ ବହୁମୁଖୀ ଶିକ୍ଷା ପ୍ରଦାନ କରିବା ଲାଗି ଏହି ବିଦ୍ୟାଳୟ ମାଇକ୍ରୋସଫ୍ଟ ଏବଂ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସଂଗଠନ ‘ଡ୍ୟାନ୍ସ ଉଇଥ୍‌ ମାଧୁରୀ’ ସହ ହାତ ମିଳାଇଛି। ପ୍ରାରମ୍ଭରେ ଏଠାରେ ନର୍ସରୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯିବ। ଧୋନୀ ଏବଂ ତାଙ୍କ ସ୍ତ୍ରୀ ସାକ୍ଷୀ ବିଦ୍ୟାଳୟର ପରାମର୍ଶଦାତା(ମେଣ୍ଟର) ହୋଇଥିବା ବେଳେ ଏହାର ଚେୟାରମ୍ୟାନ୍‌ ହେଉଛନ୍ତି ଆର୍‌ ଚନ୍ଦ୍ରଶେଖର।

Share