୨୦୨୪ରୁ ସବୁ ପିଲା ସ୍ମାର୍ଟ କ୍ଲାସ୍‌ରେ ପଢ଼ିବେ

ନୂଆପଡ଼ା ଅଫିସ/ବୋଡ଼େନ/ ଖଡ଼ିଆଳ,୨୨।୫(ଡି.ଏନ.ଏ.): ୨ ଦିନିଆ କଳାହାଣ୍ଡି ଜିଲା ଗସ୍ତ ପରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଦିନିକିଆ ନୂଆପଡା ଜିଲା ଗସ୍ତରେ ଆସି ଅନେକ ପ୍ରକଳ୍ପ ପରିଦର୍ଶନ କରି ଉନ୍ନତୀକରଣ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମେ ସିନାପାଲି ବ୍ଲକ ଗଡ୍ରାମାଲ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପରିଦର୍ଶନ କରି ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ଲିଟିସର୍ଗି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ଛାତ୍ରୀଛାତ୍ର, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟି ସହ ଆଲୋଚନା କରିଥିଲେ। ବୋଡେନ ବ୍ଲକର ପାତାଳଗଙ୍ଗା ତୀର୍ଥସ୍ଥଳ ବୁଲି ଦେଖିବା ପରେ ତାହାର ଉନ୍ନତୀକରଣ କରାଯିବ ବୋଲି କହିଥିଲେ। ସେଠାରେ ଉପସ୍ଥିତ ମିଶନଶକ୍ତି ମହିଳାଙ୍କ ସହିତ ଆଲୋଚନା କରିଥିଲେ। ଉପସ୍ଥିତ ସାଧାରଣ ଲୋକ ତଥା ବିଭିନ୍ନ ସଙ୍ଗଠନ ପକ୍ଷରୁ ସଚିବଙ୍କୁ ବିଭିନ୍ନ ଅଭିଯୋଗ ତଥା ଦାବିପତ୍ର ପ୍ରଦାନ କରାଯାଇଥିଲା। ସଚିବ ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ପରେ ଖଡିଆଳ ଆସି ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ପେରିଫେରାଲ ବିକାଶ ଉପରେ ସମୀକ୍ଷା କରିଥିଲେ। ସେଠାରୁ କୋମନା ବ୍ଲକ ଯାଇଥିଲେ। ବ୍ଲକର କୋନାବିରାଠାରେ ଏକ ବଡଧରଣର ମେଗା ଲିଫ୍ଟ ଜଳସେଚନ କରାଯିବ। ଫଳରେ ବ୍ଲକର ଅଧିକାଂଶ ପଞ୍ଚାୟତର ଚାଷୀମାନେ ଉପକୃତ ହେବେ ବୋଲି ସଚିବ କହିଥିଲେ। ସେଠାରୁ ହେଲିକପ୍ଟର ଯୋଗେ ସୁନାବେଡ଼ା ଯାଇଥିଲେ। ଚକୋଟିଆ ଭୁଞ୍ଜିଆମାନଙ୍କ ଇଷ୍ଟଦେବୀ ମା’ ସୁନାଦେଈ ମନ୍ଦିରରେ ପୂଜା କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଅଭୟାରଣ୍ୟ ଭିତରେ ବାସ କରୁଥିବା ବନବାସୀମାନଙ୍କ ସହ ଚକୋଟିଆ ଭୁଞ୍ଜିଆଙ୍କ ବିକାଶ ଉପରେ ଆଲୋଚନା କରିଥିଲେ। ସେଠାରୁ ଫେରି ନୂଆପଡା ସଦର ମହକୁମାରେ ନୂତନ ଭାବେ ନିର୍ମାଣାଧୀନ ବସ୍‌ଷ୍ଟାଣ୍ଡର ସମୀକ୍ଷା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆମ ହସ୍ପିଟାଲ ଉପରେ ସମୀକ୍ଷା କରିଥିଲେ। ପତୋରା ଯୋଗେଶ୍ୱର ମନ୍ଦିର ଦର୍ଶନ କରି ପର୍ଯ୍ୟଟନ ଓ ଅନ୍ୟାନ୍ୟ ପାରିପାର୍ଶ୍ୱିକ ବିକାଶ ଉପରେ ଆଲୋଚନା କରିଥିଲେ। ସେଠାରୁ ଯାଇ ନୂଆପଡା ନ୍ୟାଶନାଲ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଜିଲାର ୨୩ଟି ମହାବିଦ୍ୟାଳୟ ଓ ୭ଟି ଡିଗ୍ରୀ ମହାବିଦ୍ୟାଳୟର ଖୁବ୍‌ଶୀଘ୍ର ରୂପାନ୍ତରିତ କାମ ଆରମ୍ଭ ହେବ। ଏହା ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ। ସବୁ ମହାବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ ସାଙ୍ଗକୁ ଇ-ଲାଇବ୍ରେରୀ ଓ କମ୍ପ୍ୟୁଟରୀକରଣ ବ୍ୟବସ୍ଥା ରହିବ। ଉଚ୍ଚ ବିଦ୍ୟାଳୟ ପରି ସବୁମହାବିଦ୍ୟାଳୟ ରୂପାନ୍ତରିତ ହେବ। ୨୦୨୪ ଜାନୁୟାରୀ ମଧ୍ୟରେ ସବୁ ପିଲା ସ୍ମାର୍ଟ କ୍ଲାସରେ ପାଠ ପଢିବେ ବୋଲି କହିଥିଲେ। ସେଠାରେ ଏକ ସାଧାରଣ ଅଭିଯୋଗ କାର୍ଯ୍ୟକ୍ରମ ରଖାଯାଇଥିଲା। ସେଠାରେ ସବୁବର୍ଗର ଲୋକେ ଦରଖାସ୍ତ ଦେଇଥିଲେ। ଶେଷରେ ମହାବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ସହ ସେଲ୍‌ଫି ନେଇ ଗୋତମା ଏୟାରଷ୍ଟ୍ରିପରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ। ୫-ଟି ସଚିବଙ୍କ ଗସ୍ତ ସମୟରେ ଡିଆଇଜି ରାଜେଶ ପଣ୍ଡିତ, ନୂଆପଡା ଜିଲାପାଳ ହେମକାନ୍ତ ସାଏ, ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର, ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଜିଲାସ୍ତରୀୟ ଅଧିକାରୀ ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri