ଅଭିନେତାରୁ ନିର୍ଦ୍ଦେଶକ

ଓଡ଼ଆ ଚଳଚ୍ଚିତ୍ର ‘ରୁପା ଗାଁରେ ସୁନା କନିଆ’ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ ଜୀବନ। ପରବର୍ତ୍ତୀ ସମୟରେ ସେ ‘ସ୍ତ୍ରୀ’, ‘ସତମିଛ’, ‘କିଏ ପୋଛିବ ମୋ ମା’ ଆଖିର ଲୁହ’ରେ ଆକ୍ଟିଂ କରିଥିଲେ। ଆଉ ଏବେ ସେ ନିଜକୁ ଜଣେ ସଫଳ ନିର୍ଦ୍ଦେଶକ ଭାବରେ ପରିଚିତ କରାଇପାରିଛନ୍ତି। ସେ ହେଲେ ରାଜୀବ ମହାନ୍ତି। ଅମୋଲ ପାଲେକରଙ୍କ ‘ଦାୟରା’ରେ ସେ ଏକ ଦମ୍‌ଦାର ଭୂମିକାରେ ଅଭିନୟ କରିଥିଲେ। ରାଜୀବଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ଥିଲା ‘ଅଭିମାନୀ ପ୍ରିୟା ମୋର’। ଏ ସମ୍ପର୍କରେ ରାଜୀବ କହନ୍ତି, ‘ପ୍ରଥମ ନିର୍ଦ୍ଦେଶନାରୁ ସଫଳତା ପାଇବା ପରେ ମୁଁ ଆଉ ପଛକୁ ଫେରି ଚାହିଁ ନ ଥିଲି। ସିନେମାଟିଏ ନିର୍ଦ୍ଦେଶନା ସେବା ସମୟରେ ମୁଁ ସବୁଦିଗ ପ୍ରତି ଭଲ ଭାବରେ ଦୃଷ୍ଟି ଦିଏ।’ ‘ଚୋରି ଚୋରି ମନ ଚୋରି’ ଏବଂ ‘ତୁ ମୋ ସୁନା ତୁ ମୋ ହୀରା’ ପରେ ଏବେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ତୁ ମୋର ନିହାତି ଦରକାର’ ଏବଂ ‘ସହୀଦ ରଘୁ ସର୍ଦ୍ଦାର’ ରିଲିଜ ଅପେକ୍ଷାରେ ରହିଛି।

 

 

Share