ଅଳ୍ପ ବୟସରୁ…

ଜଣେ ନାରୀ ପାଇଁ ଜରାୟୁ ବା ଗର୍ଭାଶୟ ଏକ ଅମୂଲ୍ୟ ଅଙ୍ଗ। ଏହା ଗର୍ଭରେ ଏକ ଶିଶୁକୁ ଧାରଣକରି ନାରୀକୁ ମା’ ହେବାର ପୂର୍ଣ୍ଣତା ପ୍ରଦାନ କରେ। ହେଲେ କେବେ କେବେ ବିଭିନ୍ନ ଜଟିଳ ପରିସ୍ଥିତିରେ କେତେଜଣ ମହିଳାଙ୍କ ଶରୀରରୁ ଏହି ଅଙ୍ଗ ବାହାର କରିବାକୁ ହୁଏ। ବିଶେଷକରି ଯଦି ଅଳ୍ପ ବୟସରେ ଜରାୟୁ ଅପସାରଣ କରାଯାଏ ତେବେ ପରବର୍ତ୍ତୀ ସମୟରେ ଏଥିନେଇ ଉପୁଜୁଥିବା ବିଭିନ୍ନ ସମସ୍ୟାଠୁ ଦୂରେଇ ରହିବାକୁ ଅନେକ ଦିଗ ପ୍ରତି ସତର୍କ ହେବା ନିହାତି ଆବଶ୍ୟକ…

ନାରୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଗର୍ଭାଶୟ ବା ଜରାୟୁ। ମାସିକ ଋତୁସ୍ରାବକୁ ସନ୍ତୁଳିତ ରଖିବା ପାଇଁ ମସ୍ତିଷ୍କ ଓ ଡିମ୍ବକୋଷରୁ ଇଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରୋନ୍‌ ନାମକ ସ୍ତ୍ରୀ ହରମୋନ୍‌ ଝରିଥାଏ, ଯାହା ଜରାୟୁକୁ ସୁସ୍ଥ ରଖିବା ସହ ମହିଳାମାନଙ୍କର ନାରୀତ୍ୱ ଲାଳିତ୍ୟ ଓ ମାଧୁର୍ଯ୍ୟକୁ ଅକ୍ଷୁଣ୍ଣ ରଖିବାରେ ସାହାଯ୍ୟ କରିଥାଏ। ଇଷ୍ଟ୍ରୋଜେନ୍‌ ଏକ ଚମକତ୍ାର ହର୍‌ମୋନ। ଏହା କେବଳ ମହିଳାମାନଙ୍କୁ ସୌନ୍ଦର୍ଯ୍ୟମୟୀ କରେ ନାହିଁ ବରଂ ସେମାନଙ୍କର ସ୍ବାସ୍ଥ୍ୟ ପାଇଁ ଏକ ରକ୍ଷାକବଚ ପାଲଟିଥାଏ କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ କୌଣସି ମହିଳାଙ୍କର ଜରାୟୁ ଅପସାରଣ ସମୟରେ ଡିମ୍ବକୋଷର ଅପସାରଣ ହେଲେ ମେନୋପଜ୍‌ ବା ମାସିକ ଋତୁସ୍ରାବ ବିରତିର ଲକ୍ଷଣମାନ ଦେଖାଦେଇଥାଏ ଏବଂ ଏହି ହର୍‌ମୋନ କ୍ଷରଣ କମିଯାଏ, ଯଦ୍ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ଆସନ୍ତୁ, ଜାଣିବା ଜରାୟୁ ଅପସାରଣ କ’ଣ, ଏହାର ବୟସସୀମା କେତେ, ଏହାର କାରଣ, ଲକ୍ଷଣ ଓ ଚିକିସତ୍ା ବିଷୟରେ।
ଜରାୟୁ ଅପସାରଣ କ’ଣ- ଯେତେବେଳେ ଅସ୍ତ୍ରୋପଚାର ଦ୍ୱାରା ମହିଳାମାନଙ୍କ ଜରାୟୁ ବା ଗର୍ଭାଶୟ କାଢ଼ିନିଆଯାଏ ଏବଂ ଜରୁରୀ ହେଲେ ଦୁଇଟି ଯାକ ଡିମ୍ବକୋଷକୁ ମଧ୍ୟ କାଢ଼ି ନିଆଯାଏ ତାକୁ ଜରାୟୁ ଅପସାରଣ ବା ହିଷ୍ଟେରୋକ୍ଟୋମି କୁହାଯାଏ।
କାରଣ: ଅତିରିକ୍ତ ରକ୍ତସ୍ରାବ ବା ଆବ୍‌ନର୍ମାଲ ୟୁଟେରାଇନ ବ୍ଲିଡିଂ (ଏୟୁବି), ଗର୍ଭାଶୟରେ ଟ୍ୟୁମର (ଫାଇବ୍ରଏଡ୍‌ ୟୁଟେରସ), ଟ୍ୟୁବୋ ଓଭାରିଆନମାସ୍‌ (ଟି.ଓ. ମାସ୍‌), ଏଣ୍ଡୋମେଟ୍ରିଓସିସ୍‌ (ଅସ୍ଥାନିକ ଗର୍ଭଝିଲ୍ଲୀ), ଗର୍ଭାଶୟ ବା ଜରାୟୁ ଗ୍ରୀବା କର୍କଟ ରୋଗ, ବିନାଇନ୍‌ ଓଭାରିଆନ୍‌ ଟ୍ୟୁମର, ଜରାୟୁ ପରଫୋରେସନ୍‌, ଜରାୟୁ ଗ୍ରୀବା ଚିରିଗଲେ ବା ଜରାୟୁ ଫାଟିଗଲେ। ବେଳେବେଳେ ପ୍ରସବ ପରେ ଅତିରିକ୍ତ ରକ୍ତସ୍ରାବ ହେଲେ, ଗର୍ଭଫୁଲ ଜରାୟୁରେ ଲାଗିଗଲେ, ମୋଲାର ବା ଅଙ୍ଗୁରଦାନା ଗର୍ଭ ହେଲେ ବା ସେପ୍ଟିକ୍‌ ଗର୍ଭପାତ ହେଲେ ଜରାୟୁ ଅପସାରଣ କରାଯାଏ।
ବୟସ ସୀମା: ସାଧାରଣତଃ ୪୦ ବର୍ଷରୁ ଊର୍ଦ୍ଧ୍ୱ ବୟସରେ ଏହି ଅସ୍ତ୍ରୋପଚାର ହୋଇଥାଏ। ସ୍ଥଳ ବିଶେଷରେ କେତେକ ଜରୁରୀ ପରିସ୍ଥିତିରେ ଯଥା ବେଶି ରକ୍ତସ୍ରାବ ହେଲେ ବା ଟ୍ୟୁମର ହେଲେ କିମ୍ବା କର୍କଟ ରୋଗ କିମ୍ବା ଅନ୍ୟ କିଛି ଜଟିଳତା ଯୋଗୁ ୪୦ ବର୍ଷରୁ କମ୍‌ ବୟସରେ ମଧ୍ୟ ଜରାୟୁ ଅପସାରଣ କରାଯାଇଥାଏ।
ଜଟିଳତା: ମାସିକ ଋତୁସ୍ରାବର ବିରତି ପରେ ଓଭାରି ବା ଡିମ୍ବକୋଷର ଆକାର କମିଯାଏ ଏବଂ ଇଷ୍ଟୋ୍ରଜେନ୍‌ ହରମୋନ୍‌ ଝରିବା ମଧ୍ୟ କମିଯାଏ।

ତେଣୁ ବୟସ୍କା ମହିଳାମାନଙ୍କର କେତେକ ଜଟିଳତା ଦେଖାଦେଇଥାଏ। ହେଲେ ଯେଉଁମାନଙ୍କର ଅଳ୍ପ ବୟସରୁ ଜରାୟୁ ଅପସାରଣ ସଙ୍ଗେ ସଙ୍ଗେ ଡିମ୍ବକୋଷ କାଢ଼ିଦିଆଯାଏ(ସର୍ଜିକାଲ ମେନୋପଜ୍‌) ସେମାନଙ୍କ ଠାରେ ମେନୋପଜ୍‌ର ଅଳ୍ପକାଳୀନ ଓ ଦୀର୍ଘକାଳୀନ ଲକ୍ଷଣମାନ ଦେଖାଦେଇଥାଏ। ଏମିତିକି ଡିମ୍ବକୋଷ ନ କାଢ଼ିଲେ ମଧ୍ୟ ଜରାୟୁ କାଢ଼ିଦେଲା ପରେ ଓଭାରି ଆକ୍ଟିଭ ରହି ନ ଥାଏ। ତେଣୁ ମେନୋପଜ୍‌ର ଲକ୍ଷଣମାନ ଦେଖାଦିଏ।
ଭଷ୍ମ ହୁଳା: ହଠାତ୍‌ ରାତି ଅଧରେ କାନମୂଳ ଗରମ ହୋଇଯାଇ ଗମ୍‌ ଗମ୍‌ ଝାଳ ବୋହିବା ଏବଂ ଝାଳ ବୁହା କମିଯିବା ପରେ ଛାତି ଧଡ଼ଧଡ଼ ହୋଇ ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ଘନଘନ ପରିସ୍ରା ସଂକ୍ରମଣ ହୋଇଥାଏ।
ମାନସିକ ସମସ୍ୟା: କେତେଜଣଙ୍କର ମାନସିକ ଲକ୍ଷଣ ମଧ୍ୟ ଦେଖାଦେଇଥାଏ। ଯଥା ମାନସିକ ଅବସାଦ, ଭୟ ଓ ଆତଙ୍କ ଭାବ, ଏକୁଟିଆ ଓ ଅସହାୟ ପଣ ଆଦି। ବେଳେବେଳେ ଶଙ୍କାକୁଳ ମନୋଭାବ ମଧ୍ୟ ଦେଖାଦେଇଥାଏ। ଅବସର ଗ୍ରହଣ ପରେ ବା ବୟସ୍କ ହୋଇଗଲେ ଆର୍ଥିକ, ଶାରୀରିକ ଓ ମାନସିକ ରୋଗାକ୍ରାନ୍ତ ହେବାରୁ ସେମାନେ ଜୀବନ ପାଇଁ ବୀତସ୍ପୃହ ହୋଇପଡ଼ନ୍ତି।
ଚର୍ମରେ ସଙ୍କୋଚନ: ଇଷ୍ଟ୍ରୋଜେନ୍‌ ଅଭାବରୁ ମୁହଁ ଓ ଦେହରେ କୋଲାଜେନ୍‌ ଅଂଶ କମିଯାଇ ଚର୍ମ ସଙ୍କୁଚିତ ହୋଇଯାଏ। ବିଶେଷ ଭାବରେ ମୁହଁ ଓ ଆଖି ଚାରିପାଖର ଚର୍ମ ସଙ୍କୁଚିତ ହୋଇଯାଏ। ଏହାଛଡ଼ା ସାରା ଦେହରେ ଚର୍ମର ମସୃଣତା କମିଯାଏ ଏବଂ କେଶର ସାନ୍ଧ୍ରତା ମଧ୍ୟ କମିଯାଏ।
ଅସ୍ଥି ସମସ୍ୟା: ଜରାୟୁ ଅପସାରଣ ପରେ ଦୀର୍ଘକାଳୀନ ମୁଖ୍ୟ ସମସ୍ୟା ହେଉଛି ହାଡ଼ପୋରିଆ ରୋଗ ବା ଅସ୍ଥି ଶିଥିଳତା।
ଇଷ୍ଟ୍ରୋଜେନ୍‌ ହାଡ଼ର ସାନ୍ଧ୍ରତା ବଜାୟ ରଖେ। ସର୍ଜିକାଲ ମେନୋପଜ୍‌ ପରେ ହାଡ଼ କ୍ଷୟହେବା ଯୋଗୁ ହାଡ଼ ପତଳା ହୋଇ ବଙ୍କେଇଯାଏ। ବିଶେଷ ଭାବେ ମେରୁଦଣ୍ଡ ହାଡ଼ ବଙ୍କେଇଯିବାରୁ ମହିଳାମାନେ ନଇଁଯିବା ସହ ତାଙ୍କର ଉଚ୍ଚତା ମଧ୍ୟ କମିଯାଏ। ବିନା ଆଘାତରେ ହାଡ଼ ଭାଙ୍ଗିଯାଏ। ଏଇ ସମୟରେ କ୍ୟାଲସିୟମ ନ ଖାଇଲେ ବିଶେଷ ଭାବରେ ମଧୁମେହ ରୋଗୀ ଓ ଥାଇରଏଡ୍‌ ରୋଗୀମାନଙ୍କର ଶୀଘ୍ର ହାଡ଼ପୋରିଆ ରୋଗ ହୋଇଥାଏ। ‘ବୋନ୍‌ ମ୍ୟାରୋ ଡେନ୍‌ସିଟି ମେଜରମେଣ୍ଟ’ ବା ବିଏମ୍‌ଡି ଦ୍ୱାରା ଏହା ମାପ କରାଯାଇଥାଏ ଏବଂ ସେହି ଅନୁସାରେ କ୍ୟାଲସିୟମ ଓ ଭିଟାମିନ୍‌ ଡି ଖାଇବାକୁ ପଡ଼ିଥାଏ।
ଷ୍ଟ୍ରୋକ୍‌ ସମସ୍ୟା: ଅଳ୍ପ ବୟସରେ ଜରାୟୁ ଅପସାରଣ ହେଲେ, ଇଷ୍ଟ୍ରୋଜେନ୍‌ ଅଭାବରୁ ରକ୍ତରେ ଏଲ୍‌ଡିଏଲ୍‌ କୋଲେଷ୍ଟେରଲ ବଢ଼ିଯାଏ। ତେଣୁ ହୃଦ୍‌ରୋଗ, ହୃଦ୍‌ଘାତ(ହାର୍ଟ ଆଟାକ) ଏବଂ ମସ୍ତିଷ୍କ ଘାତ ବା ଷ୍ଟ୍ରୋକ୍‌ ହେବା ଆଶଙ୍କା ବଢ଼ିଯାଏ।
– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri