Categories: ଖେଳ

ଆରମ୍ଭରୁ ଚିତପଟାଙ୍ଗ ହୋଇ ପଡ଼ିଲା ଆର୍‌ସିବି

ଆବୁ ଧାବି,୨୦।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଚିତପଟାଙ୍ଗ ହୋଇ ପଡ଼ିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆର୍‌ସିବି)। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ମାତ୍ର ୯୨ ରନ୍‌ରେ ଅଲଆଉଟ୍‌ କରି ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବୋଲରମାନେ। କୋହଲି (୫), ଏବି ଡି’ଭିଲର୍ସ (୦), ଗ୍ଲେନ ମ୍ୟାକ୍ସଓ୍ବେଲ (୧୦)ଙ୍କ ଭଳି ତାରକା ଖଚ୍ଚିତ ଆର୍‌ସିବି ୧୯ ଓଭରରେ ୯୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। କେକେଆର ପାଇଁ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଧ୍ରେ ରସେଲ ୩ ଲେଖାଏ ସଫଳତା ହାତେଇଥିବା ବେଳେ ଲୋକି ଫର୍ଗୁସନ ୨ ଉଇକେଟ ନେଇଥିଲେ। ଫଳରେ ପ୍ରତିପକ୍ଷ କେକେଆର୍‌ ଆଗରେ ଧାର୍ଯ୍ୟ ହୋଇଛି ୯୩ ରନ୍‌ର ସାଧାରଣ ବିଜୟଲକ୍ଷ୍ୟ।

Share