ଚକୋଲେଟ ହିରୋରୁ ପାଗଳ ଖାନା…

ମୁମ୍ବାଇ: ଦିନେ ବଲିଉଡର ଆଗଧାଡ଼ିର ଷ୍ଟାର୍‌ ଥିବା ରାଜ କିରନ ଏବେ କେଉଁଠି ସେନେଇ କାହା ପାଖରେ କୌଣସି ଠିକ ଖବର ନାହିଁ। ତାଙ୍କ ଜୀବନ ଏବେ ଆଟଲାଣ୍ଟାର ଏକ ପାଗଳ ଖାନାରେ ବିତୁଥିବା ପରିବାର ସଦସ୍ୟ କହୁଛନ୍ତି। ରାଜ କିରନଙ୍କ ପୂରା ନାମ ରାଜ କିରନ ମହାତାନି। ସେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ବିଶେଷ ଖ୍ୟାତି ହାସଲ କରିଥିଲେ। ୧୯୭୫ରେ କାଗଜ କି ନାଓ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ। ଦର୍ଶକଙ୍କ ମଧ୍ୟରେ ଚକୋଲେଟ ହିରୋ ଭାବେ ପରିଚିତି ହାସଲ କରିପାରିଥିଲେ। ଶିକ୍ଷା, ମାନ ଅଭିମାନ, ଏକ୍‌ ନୟା ରିସ୍ତା, କର୍ଜ, ବସେରା, ଅର୍ଥ, ରାଜତିଲକ୍‌, ଘର ଏକ୍‌ ମନ୍ଦିର ଆଦି ଫିଲ୍ମରେ ଉଲ୍ଲେଖନୀୟ ଅଭିନୟ କରିଥିଲେ। ମାନ ଅଭିମାନ ଫିଲ୍ମରେ ସେ ରାମେଶ୍ୱରୀଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ। ଫିଲ୍ମର ଏ ମେରେ ଉଦାସ ମନ୍‌ ଚଲ୍‌ କହିଁ… ଗୀତ ଏବେ ବି ଏଭରଗ୍ରୀନ୍‌ ହୋଇ ରହିଛି। ପାରିବାରିକ ଜୀବନରେ ଅଶାନ୍ତି ଯୋଗୁ ତାଙ୍କର ମାନସିକ ସ୍ଥିତି ଖରାପ ହୋଇଯାଇଥିଲା। ସେ ଆମେରିକା ପଳାଇ ଯାଇଥିଲେ।

Share