ଘର ଘର ବୁଲି ମନ୍ତ୍ରୀଙ୍କ ଭୋଟ ଭିକ୍ଷା

ବ୍ରଜରାଜନଗର,୨୪ା୫(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନେତାମାନଙ୍କ ପ୍ରଚାର ସେତିକି ଜମିବାରେ ଲାଗିଛି। ସୋମବାର ମନ୍ତ୍ରୀ ପ୍ରତାପ ଜେନା ବ୍ରଜରାଜନଗର ପୌରାଞ୍ଚଳର ୧୫ନଂ. ୱାର୍ଡରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ। ପରେ ମହିଳାମାନଙ୍କୁ ଏକାଠିକରି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା, ମହିଳା ସଶକ୍ତୀକରଣ ଉପରେ ଅବଗତ କରାଇଥଲେ। ବ୍ରାରଜନଗର ଅଞ୍ଚଳରେ ଅଣଓଡ଼ିଆ ରହୁଥିବାରୁ ମନ୍ତ୍ରୀ ଓଡ଼ିଆ ଓ ହିନ୍ଦୀ ଭାଷାରେ ମହିଳାମାନଙ୍କୁ ବୁଝାଇଥିଲେ। ବୈଠକରେ ୨ଶହରୁ ଅଧିକ ମହିଳା ଉପସ୍ଥିତ ଥିଲେ। ରବିବାର ସାରେ ମଣ୍ଡଳୀୟାଠାରେ ସଞ୍ଜୟ ଦାସବର୍ମା ଏକ ସଭାକରି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ବହୁ ଭୋଟରେ ବିଜୟୀ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ସିପିଆଇର ୫୦ରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ନଗର ସଭାପତି ରାଧାକାନ୍ତ ପ୍ରଧାନ ପରିଚାଳନା କରିଥିଲେ।

Share