ଜାନୁୟାରୀ ୧ରୁ ନବନିର୍ମିତ କୋଠାରେ ଶୁଖୁଆ ହାଟ

ଛତ୍ରପୁର,୫ା୧୨(ଡି.ଏନ୍‌.ଏ.): ହୁମ୍ମାସ୍ଥିତ ନବନିର୍ମିତ ଅତ୍ୟାଧୁନିକ କୋଠାରେ ଜାନୁୟାରୀ ପହିଲାରୁ ଶୁଖୁଆ ହାଟ ଆରମ୍ଭ ହେବ। ଏହାଦ୍ୱାରା ପୂର୍ବରୁ ରାଜପଥ ପାର୍ଶ୍ୱରେ ଖୋଲାରେ, ଅସ୍ବଚ୍ଛ ପରିବେଶରେ ବର୍ଷସାରା ଶୁଖୁଆ ବିକ୍ରି କରୁଥିବା ବେପାରୀ ଓ ମହିଳା ଗୋଷ୍ଠୀ ଉପକୃତ ହୋଇପାରିବେ। ଅନ୍ୟପକ୍ଷେ ଗଞ୍ଜାମ ଜିଲାର ଶୁଖୁଆ ପ୍ରସ୍ତୁତି ଓ କାରବାରକୁ ନୂଆ ସୁବିଧା ସୁଯୋଗ ମିଳିବ। ଏଥିସହ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଶୁଖୁଆ ବ୍ୟବସାୟକୁ ପହଞ୍ଚାଇବା ପାଇଁ ପ୍ରୟାସ କରାଯିବ। ଜିଲା ପ୍ରଶାସନ ଏହି ଯୋଜନାକୁ ରୂପରେଖ ଦେବା ଆରମ୍ଭ କରିଛି। ହୁମ୍ମା ଶୁଖୁଆ ହାଟ, ଡ୍ରାଏ ଫିସ (ଶୁଖୁଆ) କ୍ଲଷ୍ଟରକୁ ନୂଆ ରୂପ ଦିଆଯିବାକୁ ପ୍ରୟାସ ଆରମ୍ଭ ହୋଇଛି। ମହିଳା ଗୋଷ୍ଠୀଙ୍କୁ ଅଧିକ ସୁଯୋଗ ଦେବା ପାଇଁ ନୂତନ କୋଠାର ପରିଚାଳନା ମହିଳା ସୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯିବ।

Share