ଜାନୁୟାରୀ ୨୬ରୁ ନାଜାଲ ଟିକା ଇନକୋଭାକ…

ନୂଆଦିଲ୍ଲୀ,୨୨।୧ : ସମଗ୍ର ବିଶ୍ୱରେ କରୋନା ଦ୍ୱାରା ଘଟିଥିବା ବିନାଶ ବିଷୟରେ ସମସ୍ତେ ଅବଗତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କରୋନା ବିରୋଧରେ ଟିକାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ ବିବେଚନା କରାଯାଉଛି। ବର୍ତ୍ତମାନ ଭାରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା ପ୍ରଥମ ଇଣ୍ଟ୍ରାନାଜାଲ କୋଭିଡ-୧୯ ଟିକା ଇନକୋଭାକ ଦେବା ଆରମ୍ଭ କରିବ। କମ୍ପାନୀର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଇଲା ଏହି ସୂଚନା ଦେଇଛନ୍ତି।
ଭୋପାଳରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସାଇନ୍ସ ଫେଷ୍ଟିଭାଲ (ଆଇଏସଏଫ) ରେ ଛାତ୍ରୀଛାତ୍ରମାନଙ୍କ ସହ କଥାବାର୍ତ୍ତା କରି ଇଲା କହିଛନ୍ତି ଯେ ଗୋରୁମାନଙ୍କୁ ଚର୍ମ ରୋଗରୁ ରକ୍ଷା କରିବା ପାଇଁ ଆସନ୍ତା ମାସରେ ସ୍ବଦେଶୀ ବିକଶିତ ଟିକା ଲମ୍ପି ପ୍ରୋଭାକିଣ୍ଡ ଆରମ୍ଭ କରାଯିବ।
ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ଇଲ୍ଲା କହିଛନ୍ତି ଭାରତ ବାୟୋଟେକ ଗତ ବର୍ଷ ଡିସେମ୍ବରରେ ଘୋଷଣା କରିଥିଲା ଯେ ଇଣ୍ଟ୍ରାନାସାଲ ଟିକା ବିକ୍ରି କରିବ। ସରକାର ଏହାର ପ୍ରତି ଡୋଜକୁ ୩୨୫ ଟଙ୍କାରେ ବିକ୍ରି କରିବେ। ଘରୋଇ ଟିକାକରଣ କେନ୍ଦ୍ରରେ ଏହାର ଡୋଜ ପିଛା ୮୦୦ଟଙ୍କା ଦେବାକୁ ପଡ଼ିବ।

Share