ଝାରସୁଗୁଡ଼ାରୁ ଏସବୁ ସ୍ଥାନକୁ ଗଡିବନି ବସ୍‌

ଝାରସୁଗୁଡ଼ା ଅଫିସ,୨୩।୭: ଝାରସୁଗୁଡ଼ା ଜିଲାରେ କରୋନା କାୟା ବିସ୍ତାର କରି ଚାଲିଛି। ଏହା ଜିଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏ ନେଇ ଗୁରବାରଠାରୁ କରୋନା ହଟସ୍ପଟ ଏରିଆକୁ ବସ୍‌ ଚଳାଚଳ ବନ୍ଦ କରିବାକୁ ଜିଲାପାଳ ସରୋଜ କୁମାର ସାମଲ ନିର୍ଦ୍ଧେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ାରୁ-ଗଞ୍ଜାମ, ଝାରସୁଗଡ଼ାରୁ-ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଓ ରାଉରକେଲାକୁ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଜିଲାପାଳ ସାମଲ କହିଛନ୍ତି। ଏହାର ଖିଲାପକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଜଣାଇଦେଇଛନ୍ତି।

Share