Categories: ଜାତୀୟ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ନିର୍ମାଣ, ବିକ୍ରି, ବ୍ୟବହାର ହେବ ବ୍ୟାନ୍‌

ନୂଆଦିଲ୍ଲୀ,୧୩।୮: ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ଲେଟ, କପ୍‌, ଷ୍ଟ୍ର, ଟ୍ରେ, ପଲିଷ୍ଟାଇନିନ୍‌ ଭଳି ଚିହ୍ନିତ ଏକକ ବ୍ୟବହାର ପ୍ଲାଷ୍ଟିକ ସାମଗ୍ରୀର ଉତ୍ପାଦନ, ବିକ୍ରୟ ଏବଂ ବ୍ୟବହାର ଉପରେ ୨୦୨୨ ଜୁଲାଇ ୧ରୁ ପ୍ରତିବନ୍ଧକ ଲଗାଯିବ। ପ୍ଲାଷ୍ଟିକ ବର୍ଜବସ୍ତୁ ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଏହି ନିୟମ ଜାରି କରାଯାଇଛି।

Share