୧୯ ଜୁଲାଇରୁ ଗୁଗଲ ଆଲବମ ଆର୍କାଇଭ ତଥ୍ୟ ଅପସାରଣ କରିବ…

ଓ୍ବାଶିଂଟନ,୧୮।୭ : ଟେକ ଜଏଣ୍ଟ ଗୁଗଲ ଗତ ମାସରେ ଘୋଷଣା କରିଥିଲା ଏହାର ଆଲବମ ଆର୍କାଇଭର ବୈଶିଷ୍ଟ୍ୟ ବନ୍ଦ କରୁଛି। କମ୍ପାନୀ ଅନୁଯାୟୀ, ଏହି ସେବା ଗୁଗଲ ବ୍ୟବହାରକାରୀଙ୍କ ପାଇଁ ଜୁଲାଇ ୧୯ ରୁ ଆସନ୍ତାକାଲି ଠାରୁ ଆଉ ଉପଲବ୍ଧ ହେବ ନାହିଁ। ଗୁଗୁଲର ଆଲବମ ଆର୍କାଇଭ ବୈଶିଷ୍ଟ୍ୟ ଉପଭୋକ୍ତାମାନଙ୍କୁ ବିଭିନ୍ନ ଗୁଗଲ ଉତ୍ପାଦରୁ ବିଷୟବସ୍ତୁ ଦେଖିବା ଏବଂ ପରିଚାଳନା କରିବାକୁ ଅନୁମତି ଦେଇଥାଏ। ତେବେ ଆସନ୍ତାକାଲି ବୁଧବାରଠାରୁ ଗୁଗଲ ଏହି ବୈଶିଷ୍ଟ୍ୟ ବନ୍ଦ କରିବାକୁ ଯାଉଛି।

ଗୁଗଲ ଆସନ୍ତାକାଲି ପ୍ଲଗ ହଟାଇବ ଏବଂ ସମସ୍ତ ହ୍ୟାଙ୍ଗଆଉଟ ଡାଟା ସବୁଦିନ ପାଇଁ ଡିଲିଟ ହୋଇଯିବ। ତେଣୁ ୟୁଜର ନିତ ତଥ୍ୟକୁ ଯଥାଶୀଘ୍ର ବ୍ୟାକଅପ କରିବା ଜରୁରୀ।

ଏହି ପୁରା ଆଲବମ ଆର୍କାଇଭର ତଥ୍ୟ ବିଲୋପ ବିଷୟରେ ସବୁଠୁ ବଡ ଦ୍ୱନ୍ଦ୍ୱ ହେଉଛି ନିୟମିତ ଗ୍ୟାଲେରୀ ଫଟୋ ଏହାର ଏକ ଅଂଶ ଭାବରେ ଡିଲିଟ ହେବ କି ନାହିଁ। ସୂଚନା ଅନୁସାରେ ଗୁଗଲ କେବଳ ଆଲବମ ଆର୍କାଇଭ ଅନ୍ତର୍ଗତ ହ୍ୟାଙ୍ଗଆଉଟ ଡାଟା ଡିଲିଟ କରିବାକୁ ଯାଉଛି। ଏହାର ଅର୍ଥ ଏହି ଆପରୁ ପଠାଯାଇଥିବା ଏବଂ ଗ୍ରହଣ କରାଯାଇଥିବା ଫଟୋ ବିଲୋପ ହେବ ।

Share