ମେ ୧୮ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୪।୨(ବ୍ୟୁରୋ): ମେ ୧୮ରୁ ଜୁନ୍‌ ୧୨ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଚାଲିବ ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମଧ୍ୟ ମେ ୨୮ ତାରିଖରୁ ଆରମ୍ଭ ହେବ।
ମେ ୧୮ରୁ ଜୁନ୍‌ ୧୨ ତାରିଖ ମଧ୍ୟରେ କଳା, ବିଜ୍ଞାନ, ଓ ବାଣିଜ୍ୟ ପରୀକ୍ଷା ହେବ । ଥିଓରୀ ମଧ୍ୟ ଏହି ତାରିଖରେ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରେଜଲ୍ଟ କେବେ ପ୍ରକାଶ ପାଇବ ସେ ନେଇ କିଛି କହି ନାହାନ୍ତି। ତେବେ ବିଜ୍ଞାନ ପରୀକ୍ଷା ଇଂଲିଶରୁ ଆରମ୍ଭ ନ ହୋଇ ଫିଜିକ୍ସରୁ ଆରମ୍ଭ ହେବା ବୋଲି ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ବୁଧବାର ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

Share