ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଏଣିକି ଅଫ୍ଲାଇନ୍ ନୁହେଁ ଅନ୍ଲାଇନ୍ରେ ଡିଏଲ୍ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍ ଭଳି ସବୁ କାମ ହେବ। ନୂଆବର୍ଷଠାରୁ ପରିବହନ ବିଭାଗରେ ନୂଆ ସଂସ୍କାର ଅଣାଯିବ। ତଦନୁଯାୟୀ ଆର୍ଟିଓଗୁଡ଼ିକ ଦଲାଲ ମୁକ୍ତ ହେବ। ଅଫ୍ଲାଇନ୍ରେ ହୋଇଆସୁଥିବା କାର୍ଯ୍ୟଗୁଡ଼ିକରେ ଦଲାଲଙ୍କ ସମ୍ପୃକ୍ତି ରହୁଥିଲା। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଶନିବାରଠାରୁ ଏହା ଲାଗୁ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁକ୍ରବାର କହିଛନ୍ତି।